OBC ଭୋଟ ବ୍ୟାଙ୍କକୁ ନେଇ ବୟାନବାଜି, ସରକାରଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ୍, ଜବାବ ରଖିଲା ବିଜେଡି

Published By : Prameya-News7 Bureau | January 13, 2020 IST

ଭୁବନେଶ୍ୱର୧୩।୧: ଜନଗଣନାରେ SEBC ଚିହ୍ନଟ ଲାଗି କେନ୍ଦ୍ର ନିକଟରେ ଦାବି ରଖିବାକୁ ରାଜ୍ୟ କ୍ୟାବିନେଟ ପ୍ରସ୍ତାବ ପରେ ଆରମ୍ଭ ହୋଇଛି ଓବିସି ଓ ଏସଇବିସି ଭୋଟ ବ୍ୟାଙ୍କ ପଲିଟିକ୍ସ । ରାଜ୍ୟ ସରକାରଙ୍କ ଦାବିକୁ ତର୍ଜମା କରିବା ଆଳରେ ଏବେ ଓବିସି ଭୋଟ ବ୍ୟାଙ୍କକୁ ନେଇ ଚାଲିଛି ବୟାନବାଜି । ଓବିସିଙ୍କ ପାଇଁ  କମିଶନ ଓ ସଂରକ୍ଷଣ ରଖିବାକୁ ଦାବି କରି ସରକାରଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ସେପଟେ ସୁପ୍ରିମକୋର୍ଟରେ ମାମଲା ଥିବା ଓ କେନ୍ଦ୍ର ସରକାର ଏସଇବିସି ଡାଟା କାହିଁକି ଦେଉ ନାହାନ୍ତି କହି ପାଲଟା ପ୍ରଶ୍ନ କରିଛି ବିଜେଡି ।

{"id":210824,"sizeSlug":"large"}

ବିଜେପି ସିଧା ଆକ୍ଷେପ କରି କହିଛି, ଓବିସିଙ୍କ ପାଇଁ ରାଜ୍ୟ ସରକାରଙ୍କ ଯଦି ଏତେ ଦରଦ ତାହାଲେ କାହିଁକି ଓବିସି କମିଶନ ଗଠନ କରୁନାହାନ୍ତି ସରକାର । ଓବିସି ପ୍ରା୍ର୍ଥୀଙ୍କ ପାଠପଢା ଓ ଚାକିରୀରେ ୨୭ ପ୍ରତିଶତ ସଂରକ୍ଷଣ କାହିଁକି ହୋଇନି ? ସେପଟେ କଂଗ୍ରେସ ମଧ୍ୟ ଓବିସି କୋଟା କାହିଁକି ଲାଗୁ ହୋଇିନି ବୋଲି ପ୍ରଶ୍ନ ଉଠାଇଛି। ପିସିସି ସଭାପତି କହିଛନ୍ତି ୨୦ ବର୍ଷ ହେଲା ଚୁପ୍ ବସିଥିବା ବିଜେଡି ସରକାର ଏବେ ଭୋଟ ବ୍ୟାଙ୍କ ପଲିଟିକ୍ସରେ ମାତିଛି । ଯାହାର  ଯବାବ ରଖିଛି ବିଜେଛି ।

{"id":210825,"sizeSlug":"large"}

ବିଜେଡି କହିଛି ଆମ ସରକାର ଓବିସିଙ୍କୁ ସରକ୍ଷଣ ଦେବାକୁ ପ୍ରତିଶ୍ରୁତି ବଦ୍ଧ । ମଣ୍ଡଳ କମିଶନ ରିପୋର୍ଟ ପରେ ରାଜ୍ୟରେ ଓବିସି ପ୍ରସଙ୍ଗକୁ ନେଇ ଅନେକ ନେତା କାର୍ଡ ଖେଳିଛନ୍ତି । ଶ୍ରୀକାନ୍ତ ଜେନାଙ୍କଠୁ ନେଇ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପର୍ଯ୍ୟନ୍ତ ବହୁ ନେତା ଏହି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏମାନେ ରାଜନୈତିକ ଫାଇଦା ନେଇ ପାରି ନାହାଁନ୍ତି କି ଦେଶର ଅନ୍ୟ ରାଜ୍ୟ ଭଳି ଓଡିଶାରେ ଭୋଟିଙ୍ଗ ପାଟର୍ଣ୍ଣ ଜାତି ଆଧାରରେ ହୋଇନି ।

{"id":210826,"sizeSlug":"large"}

ସଂରକ୍ଷଣ ସୀମା ୫୦ ପ୍ରତିଶତ ଟପିବନି ବୋଲି ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଇଥିବାରୁ ଯାହାକୁ ଆଧାର କରି ରାଜ୍ୟ ସରକାର ଏଠାରେ ଏହାକୁ ଲାଗୁ କରିନାହାନ୍ତି। ଓଡିଶାରେ ସାମାଜିକ ବିଦ୍ୱେଶ ଭାବ ସେତେଟା ଦେଖିବାକୁ ମିଳେନି । ଯାହାକୁ ପୁଞ୍ଜିକରି ନେତା ଭୋଟ ସାଉଁଟିବେ ।

{"id":210827,"sizeSlug":"large"}

ତାପରେ ବି କିଛି କିଛି ସମୟରେ ଓବିସି ଓ ଏସଇବିସି ପ୍ରସଙ୍ଗରେ ରାଜନୈତିକ ବୟାନ ବାଜି ଓ କାର୍ଯ୍ୟକ୍ରମ ଜାରି ରହିଛି ।

{"id":210828,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.