Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସର୍ବଭାରତୀୟ ସ୍କୁଲ ରାଙ୍କିଙ୍ଗର ଶ୍ରେଷ୍ଠ ବିଦ୍ୟାଳୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ଟ୍ବିଟ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

12/11/2020 at 8:23 AM

ଭୁବନେଶ୍ୱର ୧୨।୧୧: ସର୍ବଭାରତୀୟ ସ୍କୁଲ ରାଙ୍କିଙ୍ଗ ୨୦୨୦ ର ଶ୍ରେଷ୍ଠ ବିଦ୍ୟାଳୟ ମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସର୍ବ ଭାରତୀୟ ସ୍କୁଲ ରାଙ୍କିଙ୍ଗ୍ ୨୦୨୦ର  ସ୍ଥାନ ପାଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି କରି ଓଡ଼ିଶା ସମଗ୍ର ଦେଶରେ ନୂଆ ଆଦର୍ଶ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ।

ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମଧ୍ୟ ଟୁଇଟ କରି  ଶିକ୍ଷକ, ଛାତ୍ରଛାତ୍ରୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ଲକ୍ଷରେ ରାଜ୍ୟର ସମସ୍ତ ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ସରକାର ଯୋଜନା କରିଛନ୍ତି । ରାଜ୍ୟର ୩୧୪ଟି ବ୍ଲକରୁ ୨୧୪ ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲା ଯାଇଥିବା  ବେଳେ ଆଉ ୩୬ ବ୍ଲକରେ ଖୁବ ଶୀଘ୍ର ନୂଆ ସ୍କୁଲ ଖୋଲିବ ।

୨୦୨୨-୨୩ ଶିକ୍ଷା ବର୍ଷ ବେଳକୁ ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୂ ଟାର୍ଗେଟ କରିଛି  ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ ଭୁବନେଶ୍ବର ଉପକଣ୍ଠ ଅନ୍ଦାରୁଆରେ ଠାରେ ଏକ  ଆଦର୍ଶ  ବିଦ୍ୟାଳୟ ସ୍କୁଲ ସ୍ଥାପନ କରି ପାଠ ପଢାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନ ଉପଦେଷ୍ଟା ଡକ୍ଟର ବିଜୟ ସାହୁ ସୂଚନା ଦେଇଛନ୍ତି । 

   Related Posts