ଇତିହାସ ରଚିଲେ ମୋଦି: ୩୦ରେ ଶପଥ ଗ୍ରହଣ, ଭେଟିଲେ ଆଡଭାନୀ ଓ ଯୋଶୀଙ୍କୁ, ୨୯ରେ ଭେଟିବେ ମାଁଙ୍କୁ

Published By : Prameya-News7 Bureau | May 24, 2019 IST

ନୂଆଦିଲ୍ଲୀ୨୪|୫: କେନ୍ଦ୍ରରେ ପୁଣି ମୋଦି, ଓଡ଼ିଶାରେ ପୁଣି ନବୀନ । ପ୍ରଥମଥର ପାଇଁ ବିଜେପି ୩୦୦ ପାର କରିଛି ଆଉ ଏନ୍‌ଡିଏ ପାର କରିଛି ୩୫୦ ସିଟ୍‌ । ମୋଦି ସୁନମି ଆଗରେ ଫିକା ପଡିଛନ୍ତି ବିରୋଧୀ । ଆସନ୍ତା ୩୦ ରେ ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ପାଇଁ ଭାରତର ପ୍ରଧନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ମୋଦି ଆଜି ଦଳର ବରିଷ୍ଠ ନେତା ତଥା ଦଳର ମାର୍ଗଦର୍ଶକ ଏଲ୍‌.କେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି । ୨୯ରେ ମୋଦି ମାଙ୍କୁ ଭେଟିବାକୁ ଗୁଜୁରାଟ ଯିବେ ।…

{"id":115617}

ଏଥର ବି ମୋଦି ସରକାର । ୨୦୧୪ରେ ମୋଦି ୱେଭ୍ ଦେଖିବାକୁ ମିଳିଥିବା ବେଳେ, ଏଥର ଦେଖିବାକୁ ମିଳିଛି ମୋଦି ସୁନାମି । ପ୍ରଥମ ଥର ପାଇଁ ବିଜେପି ୩୦୦ ଡେଇଁଛି ଆଉ ଏନଡିଏ ଡେଇଁଛି ୩୫୦ ପାର୍ । ମୋଦି ସୁନାମି ଆଗରେ ଭାସିଯାଇଛନ୍ତି ବିରୋଧୀ ।

{"id":115618}

୧୯୮୪ ପର ଠାରୁ କୌଣସି ଦଳ ପ୍ରତି ଏହା ହେଉଛି ସର୍ବାଧିକ ସମର୍ଥନ । ମୋଦି ଦ୍ବିତୀୟ ଥର ଦିଲ୍ଲୀ ଗାଦି ଆରୋହଣ କରିବାକୁ ଯାଉଥିବାରୁ ରାଜଧାନୀ ବି ବେଶ ଚଳଚଞ୍ଚଳ ହୋଇଛି । ଆସନ୍ତା ୩୦ରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଦ୍ବିତୀୟ ଥର ଶପଥ ନେବେ ।ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଲୋକସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦିଆଯାଇଛି ।ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ତାକୁ ଗ୍ରହଣ କରିନେଇ ୩୦ ତାରିଖ ପର୍ଯ୍ୟନ୍ତ କାମଚଳା ପ୍ରଧାନମନ୍ତ୍ରୀଭାବେ ଦାୟିତ୍ବ ତୁଲାଇବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

{"id":115620}

ସେପଟେ ଦଳର ବିପୁଳ ବିଜୟ ପରେ ଦଳର ବରିଷ୍ଠ ନେତା ତଥା ମାର୍ଗଦର୍ଶନ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଶୀଙ୍କୁ ଭେଟିଛନ୍ତି ମୋଦି ଓ ବିଜେପି ସଭାପତି ଅମିତ ଶାହ । ଉଭୟଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ କିଛି ସମୟ ମୋଦି, ଅମିତ ଶାହ ଦଳର ସଫଳତା ବାବଦରେ ଆଲୋଚନା କରିଥିଲେ ।

{"id":115621}

ପ୍ରଧାନମନ୍ତ୍ରୀ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିବାର କିଛି ଫଟୋ ସହ ଟ୍ୱିଟ୍ କରି ଆଡଭାନୀ ଓ ଯୋଶୀଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି ଯେ ଦଳରେ ଆପଣଙ୍କ ଭଳି ବରିଷ୍ଠ ନେତା ଓ ଦଳକୁ ଗଢ଼ିବାରେ ଆପଣଙ୍କ ମାର୍ଗଦର୍ଶନ ବିଜେପିକୁ ସଫଳତା ଆଣିଦେଇଛି । ସେହିପରି ଯୋଶୀ କହିଛନ୍ତି ଆମେ ଯେଉଁ ଗଛ ଲଗାଇଥିଲୁ ସେ ଏବେ ଫଲ ଦେବା ଆରମ୍ଭ କରିଛି । ଦେଶବାସୀ ଏହାର ସୁଫଳ ପାଉଛନ୍ତି ।

{"id":115623}

ସେହିଭଳି କଂଗ୍ରେସକୁ ଏଥର ଲାଗିଛି ଶକ୍ତ ଧକ୍କା । ୧୬ ଟି ରାଜ୍ୟରେ ଖାତା ଖୋଲିପାରିନି କଂଗ୍ରେସ । ଯାହା ଦଳର ନେତୃତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାଜ୍ୟଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ହରିୟାଣ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶ ।

{"id":115624}

ଗତଥର ନିର୍ବାଚନରେ କଂଗ୍ରେସକୁ ୪୪ ଆସନ ମିଳିଥିଲା । କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସରକାର ଥାଇ ବି ବିପୁଳ ପରାଜୟ ବରଣ କରିଛନ୍ତି ଦଳୀୟ ପ୍ରର୍ଥୀ । ଏଥି ସହିତ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ ଏବଂ ଜ୍ୟୋତିରାଦିତ୍ୟଙ୍କୁ ଦାୟିତ୍ବ ମିଳିଥିଲେ ବି ଦଳକୁ ସେମିତି କୌଣସି ସଫଳତା ମିଳିନି ।

{"id":115625}

ନିଜେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ପରାସ୍ତ ହୋଇଛନ୍ତି ।ଦିଗବିଜୟ ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜନାଦେଶକୁ ସ୍ବୀକାର କରିବା ସହ ଦଳ ପରାଜୟ ପାଇଁ ଦୋଷ ନିଜ ମୁଣ୍ଡକୁ ନେଇଛନ୍ତି । ଏପରିକି ସେ ସଭାପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

{"id":115626}

ଦ୍ବିତୀୟ ଥର ମୋଦି ବିପୁଳ ବିଜୟ ପାଇବା ପରେ ପ୍ରଶଂସାର ସୁଅ ଛୁଟିଛି ।ମୋଦିଙ୍କ ବିଜୟକୁ ଦେଖି ପ୍ରଥମେ ଅଭିନନ୍ଦନ ଜଣାଇଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଶୁଭେଚ୍ଛା ଜଣାଇ ପୁଟିନ କହିଥିଲେ ମୋଦି ପୁଣି ଥରେ ଭାରତ ପ୍ରଧାନମନ୍ତ୍ରୀ ଭାବେ ରୁଷ ଓ ଭାରତ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ଼ କରିବେ ।

{"id":115627}

ସେହିପରି ବିଭିନ୍ନ ପ୍ରସଙ୍ଗକୁ ନେଇ ଚୀନ ସହିତ ସମ୍ପର୍କ ତିକ୍ତତା ଥିଲେ ମଧ୍ୟ ଚୀନ ରାଷ୍ଟ୍ରପତି ଜି ଜନ୍ ପିଙ୍ଗ ମୋଦିଙ୍କ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ , ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା, ଆଫଗାନିସ୍ଥାନ, ମାଳଦୀପ ନେପାଳ ପ୍ରମୁଖ ଶୁଭେଚ୍ଛା ଜଣାଇ ସମ୍ପର୍କର ଗଭୀରତାକୁ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.