କୋର୍ଟ ପରିସରରେ ଶପଥ ଗ୍ରହଣ ଉତ୍ସବ ପାଳିତ

Published By : Prameya-News7 Bureau | April 07, 2021 IST

ନରସିଂହପୁର, ୦୭/୦୪: ବାର୍ ଆସୋସିଏସନ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବିଧାୟକଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ବୀରକିଶୋର ଦେହୁରୀ, ସଭାପତି ନିର୍ମଳେନ୍ଦ୍ର ମିଶ୍ର, ସମ୍ପାଦକ ନର ନାରାୟଣ ବାରିକ ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ  ଶପଥ ଗ୍ରହଣ କରାଇଥିଲେ । ଶେଷରେ ନରସିଂହପୁର କୋର୍ଟକୁ ସବ୍ ଜଜ୍ କୋର୍ଟରେ ପରିଣତ ଓ ନରସିଂହପୁରକୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦେବା ସହ ବରିଷ୍ଠ ଆଇନ୍‌ଜିବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖୁବଶୀଘ୍ର ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ହେବ ବୋଲି ବିଧାୟକ ଦେବୀପ୍ରସାଦ ମିଶ୍ର କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.