Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

2/04/2021 at 7:13 PM

ଚଣ୍ଡିଖୋଲ, ୦୨/୦୪: ଓଡିଶା ରାଜ୍ୟ ଆଇନଜୀବୀଙ୍କ ନିଷ୍ପତ୍ତି କ୍ରମେ ଗତ ୨୯ ତାରିଖରେ ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ ପକ୍ଷରୁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସର୍ବସମ୍ମତି କ୍ରମେ ଏକ ୧୪ ଜଣିଆ କର୍ମକର୍ତ୍ତା ଅପ୍ରତିଦ୍ୱନ୍ଦୀ ଭାବେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ ।

ଆଜି କୋର୍ଟ ପରିସରରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟର ବରିଷ୍ଠ ସିଭିଲ ଜଜ୍ ତଥା ସହକାରୀ ସେସନ୍ ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟର କନିଷ୍ଠ ସିଭିଲ ଜଜ୍ ତଥା ଜେଏମଏଫସି ସୌମ୍ୟ ରଞ୍ଜନ ପୃଷ୍ଟି ଯୋଗ ଦେଇଥିଲେ । ଶପଥ ପାଠ ମାଧ୍ୟମରେ ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ନିଷ୍ଠା ଓ ଦାୟିତ୍ୱବାନ୍ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ କରାଯାଇଛି ।

ନିର୍ବାଚିତ କର୍ମକର୍ତ୍ତା ରୂପେ ଦେବରାଜ ବେହୁରାଙ୍କୁ ସଭାପତି, ଉପସଭାପତି ଭାବେ ଶ୍ରୀକାନ୍ତ ବଳ, ସମ୍ପାଦକ ପ୍ରକାଶ ଦାସ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଘଡେଇ, କୋଷାଧ୍ୟକ୍ଷ ଭାବେ ଚିନ୍ମୟ କୁମାର ପ୍ରତାପ ପ୍ରମୁଖ ଶପଥ ଗ୍ରହଣ କରିଥିଲେ । ଏଥି ସହିତ ଏହି ସମାରୋହରେ କୋର୍ଟର ସମସ୍ତ ପେଷାଦାର ଓକିଲ ଉପସ୍ଥିତ ଥିଲେ ।

   Related Posts