ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପରଙ୍କୁ ସମ୍ୱର୍ଦ୍ଧନା, ଉଜ୍ଜଳ ଭବିଷ୍ୟ କାମନା କଲେ ଶୁଭେଚ୍ଛୁ

Published By : Prameya-News7 Bureau | October 11, 2021 IST

ଚଣ୍ଡିଖୋଲ, ୧୧/୧୦: ଓଡିଶା ପ୍ରଶାସନିକ ସେବାରେ ରାଜ୍ୟରେ ଟପ୍ପର ହୋଇଛନ୍ତି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଜନ କଲ୍ୟାଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଶ୍ୱିନୀ କୁମାର ପଣ୍ଡା । ସେ  ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।ଏହି ସଭାରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ  ଯୋଗଦେଇ ରାଜ୍ୟର ଓଏଏସ ଟପ୍ପର ଶ୍ରୀ ପଣ୍ଡାଙ୍କ ଭବିଷ୍ୟତ ଉଜ୍ଜ୍ଳ କାମନା କରିବା ସହିତ ସ୍କୁଲ ତଥା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ହୋଇପାରିଥିବା କହିଥିଲେ।

ତେବେ ଶ୍ରୀ ପଣ୍ଡା ତାଙ୍କର ଏହି ସଫଳତା ତାଙ୍କ ବାପା, ମା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇଛି ବୋଲି ପ୍ରତିକ୍ରିୟାରେ କହିଥିବା ଦେଖିବାକୁ ମିଲଥିଲା।ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶୁଭାକାଂକ୍ଷୀ ବହୁ ଶୁଭେଚ୍ଛୁ, ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କ ଉଜ୍ଜଳ ଭବିଷ୍ୟ କାମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.