ଓଏଏସ ଫଳ: ପ୍ରଥମ ଥର ପାଇଁ ଝୋଡ଼ିଆ ସଂପ୍ରଦାୟର ପ୍ରଭାତୀ ହେଲେ କୃତକାର୍ଯ୍ୟ, କୁଲି କାମ କରୁଥିବା ବାପାଙ୍କ ଝିଅ ସଂଧ୍ୟା ଆଉ କନେଷ୍ଟେବଲ ନିଳାଦ୍ରୀ ବିହାରୀ ବି ସଫଳ

Published By : Prameya-News7 Bureau | December 20, 2018 IST

ଭୁବନେଶ୍ବର ୨୦|୧୨: ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ। ଯୋଗ୍ୟ ବିବେଚିତ ୧୦୬ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅଛନ୍ତି ୪୨ ମହିଳା।  ଟପ୍ ତିନି ସ୍ଥାନରେ ବି ମାଜି ମାରିଛନ୍ତି ମହିଳା।  ସେହିପରି ପ୍ରଥମ ଥର ପାଇଁ ଝୋଡ଼ିଆ ସଂପ୍ରଦାୟର ଝିଅପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।… 

{"id":65768}

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ବାଜି ମାରିଲେ ଝିଅ । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ୨୦୧୭ ଓଏଏସ୍ ପରୀକ୍ଷାରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତିମହିଳା ପ୍ରାର୍ଥୀ। ପୁରୁଣା ଭୁବନେଶ୍ବର ମେକାନିକାଲ ଇଂଜିନିୟର ଆୟୂଷୀ ମହାପାତ୍ର ଏଥର ଟପ୍ପର ହୋଇଛନ୍ତି। ଦ୍ବିତୀୟରେ ସଞ୍ଜିତା ମହାପାତ୍ର ଓ ତୃତୀୟରେ ରହିଛନ୍ତି ପୁନମ ମହାପାତ୍ର।  ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ ୧୦୬ ଜଣ ପରୀକ୍ଷାର୍ଥୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି।… 

{"id":65769}


ଓଏଏସ ପରୀକ୍ଷାରେ ବାଜି ମାରିଛନ୍ତି ପଛୁଆ ଜିଲ୍ଲାର ଝିଅ ସଂଧ୍ୟା ସମର୍ଥା। ପରିଶ୍ରମ ଓ ଦୃଢ ମନୋବଳ ଦ୍ବାରା ସଫଳକା ହାସଲ କରିଛନ୍ତି ମାଲକାନଗିରି ସାଲିମି ଗାଁର ସଂଧ୍ୟା। ବାପା କୁଲି ମଜୁରୀ କରି ପରିବାର ଚଳାନ୍ତି। ହେଲେ ଅଭାବ ଅନଟନ ତାଙ୍କ ସଫଳତାର ବାଟ ଓଗାଳି ପାରିନି। ସେପଟେ କନଷ୍ଟେବଳ ଥିବା ନିଳାଦ୍ରୀବିହାରୀଦାଢିଆ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଝୋଡ଼ିଆ ସଂପ୍ରଦାୟର ପ୍ରଭାତୀ ଝୋଡ଼ିଆ ପ୍ରଶାସନିକ ସେବା ପରୀକ୍ଷା ସଫଳତା ପାଇଛନ୍ତି। 

{"id":65770}

ଏଥର ଓଏଏସ୍ ପରୀକ୍ଷାରେ କଠିନ ପରିଶ୍ରମ ଆଗରେ ହାର ମାନିଛି ସବୁ ବାଧା, ଅଧ୍ୟବସାୟ ବଳରେ ମିଳିଛି ବଡ଼ ସଫଳତା।… 

{"id":65771}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.