ଜିଲ୍ଲାପାଳ ଓ ବରିଷ୍ଠ ଓଏସ୍‌ସ୍ତରରେ ଅଦଳବଦଳ

Published By : Prameya-News7 Bureau | August 22, 2019 IST

ଭୁବନେଶ୍ୱର – ବରିଷ୍ଠ ଓଏଏସ୍‌ ଅଧିକାରୀ  ତଥା ଝାରସୁଗୁଡାର ପୂର୍ବତନ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ  ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ତାଙ୍କ ଉପରେ ଥିବା ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ  ଓଡିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି । ଏହି ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ରାଜସ୍ୱ ପରିଷଦର ଦ୍ୱାରା ଭୁବନେଶ୍ୱରରେ ସ୍ଥାପିତ ରିଭିଜନ୍‌ କୋର୍ଟର ଅତିରିକ୍ତ କମିଶନର ଡକ୍ଟର ଭବାନୀ ମହାନ୍ତିଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ନୟାଗଡ ଗ୍ରାମ୍ୟ ଉନ୍ନୟନ  ସଂସ୍ଥାର ଅତିରିକ୍ତ ନିର୍ଦେଶକ ସନ୍ତୋଷୀ ସାହୁଙ୍କୁ  ରାଜସ୍ୱ ପରିଷଦର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ରାଉରକେଲା ତହସିଲଦାର ବିଶ୍ୱ ରଞ୍ଜନ ରଥଙ୍କୁ ସୁନ୍ଦରଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.