Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଓଏଏସ ସ୍ତରରେ ଅଦଳବଦଳ, ବିଶ୍ୱମ୍ବର ରଥ ହେଲେ ଛତ୍ରପୁର ଡେପୁଟି କଲେକ୍ଟର

29/12/2020 at 8:53 AM

ଭୁବନେଶ୍ୱର,୨୯/୧୨: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ସ୍ତରରେ ଛୋଟ ଅଦଳବଦଳ କରାଯାଇଛି। ୧୩ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯାଇଛି । ବିଶ୍ୱମ୍ବର ରଥଙ୍କୁ ଛତ୍ରପୁର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ସେହିପରି ସୂର୍ଯ୍ୟାଂଶୁ ରୁଟ୍‌ଙ୍କୁ ସୁବର୍ଣ୍ଣପୁର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ଅନାଦି ଚନ୍ଦ୍ର ସାହୁଙ୍କୁ ତରଭା ତହସିଲଦାର, ସଂଜୀବ କୁମାର ମେହେରଙ୍କୁ ଖପ୍ରାଖୋଲ ତହସିଲଦାର, ଭାସ୍କର ସାହୁଙ୍କୁ ଗୁମ୍ମା ତହସିଲଦାର ଭାବେ ନିଯୁକ୍ତି ମିଳିଛି ।

ଏତତ୍ ବ୍ୟତୀତ, ରାଜକିଶୋର ଜେନା ବୁଗୁଡ଼ା ତହସିଲଦାର, ଅନନ୍ତ କୁମାର ହାଁସଦା ମୋରଡ଼ା ତହସିଲଦାର, ନବକିଶୋର ପାଢ଼ୀ ସୁବର୍ଣ୍ଣପୁର ତହସିଲଦାର ଏବଂ ନାରାୟଣ ମିଶ୍ରଙ୍କୁ ଗୁଣୁପୁର ତହସିଲଦାର ଭାବେ ବଦଳି ହୋଇଛନ୍ତି । ଲଳିତ ମଣ୍ଡଳ ମାଲକାନଗିରି ଡେପୁଟି କଲେକ୍ଟର ଓ ସ୍ନିଗ୍ଧାଛାୟା ମହାପାତ୍ରଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଛି ।

ଆହୁରି ମଧ୍ୟ, ରାଜେନ୍ଦ୍ର ମାଝୀ ରାୟଗଡ଼ା ବିଡିଓ ଭାବେ କାର୍ଯ୍ୟ କରିବେ । କୁମୁଦିନି ସୁବୁଦ୍ଧିଙ୍କୁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ନିଯୁକ୍ତ କରାଯାଇଛି । ଏ ନେଇ ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇ ସୂଚନା ଦିଆଯାଇଛି ।

   Related Posts