ତହସିଲଦାର ହୋଇ ସେବା କରୁଥିଲେ, ଏବେ ଆଇଏଏସ ହେବେ ମାନସ ରଞ୍ଜନ

Published By : Prameya-News7 Bureau | August 05, 2020 IST

ରାଉରକେଲା, ୦୫|୦୮:  ଇଚ୍ଛା ଥିଲେ ଉପାୟ ଆପେ ମିଳେ । ବଡ ବଡ ଲକ୍ଷ୍ୟକୁ ହାସଲ କରି ହୁଏ । ଯାହା କରିଦେଖାଇଛନ୍ତି ମାନସ ରଞ୍ଜନ ସାହୁ । ୨୦୧୭ ବ୍ୟାଚର ଓଏଏସ ଅଫିସର ମାନସ ୟୁପିଏସସିରେ ସଫଳତା ପାଇଛନ୍ତି । ସେ ଏବେ ରାଉରକେଲାର ତଦସିଲଦାର ଭାବେ କାର୍ଯ୍ୟରତ ।

ରାଉରକେଲା ସେକ୍ଟର-୫ ଦୀପିକା ଇଂରାଜୀ ମିଡିୟମ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ଆଇଆଇଟି ଦିଲ୍ଲୀରୁ ମାନସ ବିଟେକ୍ ଡିଗ୍ରୀ ହାସଲ କରିଥିଲେ । ସୁନ୍ଦରଗଡ ବିଶ୍ରା ଜରେଇକେଲା ଗ୍ରାମର ବାସିନ୍ଦା ମାନସ ପିଲାଦିନୁ ଜଣେ ମେଧାବୀ ଛାଚ୍ର ଥିଲେ ।ଏବେ ସେ ୟୁପିଏସସିରେ ୫୬୭ ରାଙ୍କ୍ ରଖିଛନ୍ତି ।

ସଫଳତା ପାଇବା ପରେ ମାନସ କହିଛନ୍ତି ଯେ, ବାପା-ମାଆଙ୍କ ପ୍ରେରଣା, ଅଞ୍ଚଳବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ତାଙ୍କୁ ଏହି ସଫଳତା ଦେଇଛି । କର୍ମନିଷ୍ଠା ଓ ଲୋକଙ୍କ ସେବା ତାଙ୍କର ସର୍ବଦା ପ୍ରାଥମିକତା ରହି ଆସିଛି । ସେ ଏହାକୁ ପୁଞ୍ଜି କରି  ସମସ୍ତ କର୍ତ୍ତବ୍ୟକୁ ସଫଳତାର ସହ ସମ୍ପାଦାନ କରିବେ ବୋଲି କହିଛନ୍ତି । ସେ ଓଏଏସ ଭାବେ ପ୍ରଶଂସା ସାଉଣ୍ଟିଥିଲା ବେଳେ ଆଇଏଏସ ଅଧିକାରୀ ହେଲେ ଆହୁରି ସଫଳ ହେବେ ବୋଲି ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.