ସେପ୍ଟେମ୍ବରରେ ହେବନି ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା, କରୋନା ପାଇଁ ଘୁଞ୍ଚାଇଲା ଓପିଏସସି

Published By : Prameya-News7 Bureau | August 29, 2020 IST

କଟକ ୨୯।୮: ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)-୧୯ର ମୁଖ୍ୟ ଲିଖିତ ପରୀକ୍ଷା ପୂର୍ବସୂଚୀରେ ହେବନାହିଁ । ଏହା ଘୁଞ୍ଚାଇ ଦିଆଯାଇଛି । କରୋନା ସଂକ୍ରମଣଜନିତ ଆଶଙ୍କାକୁ ଆଖିରେ ରଖି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବା ଏହି ପରୀକ୍ଷା ସମ୍ଭବତଃ ନଭେମ୍ବରରେ କରାଯାଇପାରେ ବୋଲି ଓପିଏସ୍‌ସି ପକ୍ଷରୁ କୁହାଯାଇଛି। ପରୀକ୍ଷାର କିଛି ଦିନ ପୂର୍ବରୁ କାର୍ଯ୍ୟକ୍ରମ ଜଣାଇ ଦିଆଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ମାର୍ଚ୍ଚ ୧୫ ତାରିଖରେ ଓପିଏସ୍‌ସି ପକ୍ଷରୁ ଓଏଏସ୍‌ ପ୍ରାଥମିକ ଲିଖିତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୧୮୮୦ ଜଣ ମୁଖ୍ୟ ପରୀକ୍ଷା ଦେବାକୁ କୃତକାର୍ଯ୍ୟ ହୋଇଥିଲେ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୁଖ୍ୟ ଲିଖିତ ପରୀକ୍ଷା କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.