ଓଏଏସ ପରୀକ୍ଷାଫଳ ପ୍ରକାଶ ; ୧୦୬ ଜଣ କୃତକାର୍ଯ୍ୟ, ଆୟୁଷୀ ମହାପାତ୍ର ଟପ୍ପର

Published By : Prameya-News7 Bureau | December 20, 2018 IST

ଭୁବନେଶ୍ବର ୨୦|୧୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ୨୦୧୭ର ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ୧୦୬ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମେରିଟ୍ ଲିଷ୍ଟରେ ପ୍ରଥମ ୩ ଜଣ ଛାତ୍ରୀ ରହିଛନ୍ତି। ଏଥିରେ ଟପ୍ପର ହେ।ଇଛନ୍ତି ଆୟୁଷୀ ମହାପାତ୍ର । ଦ୍ବିତୀୟ ସ୍ଥାନରେ ଅଛନ୍ତି ସଞ୍ଜିତା ମହାପାତ୍ର ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି ପୁନମ ମହାପାତ୍ର । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ୧୦୬ ଜଣଙ୍କ ମଧ୍ୟ ମେ।ଟ ୪୨ ଜଣ ମହିଳା ଅଛନ୍ତି । ସେହିଭଳି ଏସସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ନିଯୁକ୍ତି ପାଇଁ ଯେ।ଗ୍ୟ ବିବେଚିତ ହେ।ଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.