ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାରିବା ଘଟଣା, ନିନ୍ଦା କଲା ଓଏଏସ୍ ସଂଘ

Published By : Prameya-News7 Bureau | January 22, 2022 IST

ଭୁବନେଶ୍ୱର ୨୨।୦୧: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା। ଏଭଳି ଘଟଣାକୁ ନିନ୍ଦା କଲା ଓଏଏସ ଆସୋସିଏସନ । ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲା ଓଏଏସ ଆସୋସିଏସନ ।

ସେହିପରି  ଓଏଏସ ଆସୋସିଏସନ ସମ୍ପାଦକଙ୍କ କହିଛନ୍ତି ଯେ, ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରୁଛୁ। କେନ୍ଦ୍ରମନ୍ତ୍ରୀଙ୍କ ଏତାଦୃଶ ଆଚରଣ ସରକାରୀ କର୍ମଚାରୀଙ୍କ ମନୋବଳକୁ ଦୁର୍ବଳ କରିଛି । ତେଣୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯିଏ ଦୋଷୀ ତାଙ୍କୁ ଗିରଫ କରାଯାଉ।

ସୂଚନାଯୋଗ୍ୟ ଯେ, ବାରିପଦାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ୨ ଜଣ ସରକାରୀ ଅଧିକାରୀଙ୍କ ମାଡ଼ ମାରିଥିବାର ଅଭିଯୋଗ ଆସିଥିଲା । ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ରିଭ୍ୟୁ ପାଇଁ ଆସିଥିଲେ, ବ୍ୟସ୍ତ ଥିବାରୁ ସେମାନଙ୍କୁ ମନାକଲି ପରେ ସେମାନେ ଫେରିଯାଇଥିଲେ । ଆଗକୁ ନିର୍ବାଚନ ଥିବାରୁ ବଦନାମ୍‌ କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି ।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.