Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଓଏଏସ୍ ବାବୁ ଓ ତାଙ୍କ ଶ୍ୱଶୁର ଫେରାର: ନାବାଳିକାକୁ ଘରୋଇ ସହାୟିକା ରଖିବା ଏବଂ ଦୁଷ୍କର୍ମ ଅଭିଯୋଗ ମାମଲାରେ ଖୋଜୁଛି ପୋଲିସ

5/11/2020 at 7:04 PM

ଭୁବନେଶ୍ୱର ୦୫/୧୧ : ରାଜଧାନୀ ଭୁବନେଶ୍ୱରରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ଏବଂ ତାଙ୍କ ଶ୍ବଶୂର ଫେରାର୍‌ । ଯାଜପୁର ପୋଲିସ ଏହି ସରକାରୀ ବାବୁଙ୍କ ଶୈଳଶ୍ରୀ ବିହାର ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି । ସେପଟେ ଘଟଣାକୁ ଗୁରୁତର ସହ ନେଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଯାଜପୁର ଏସପି, ଭୁବନେଶ୍ବର ଡିସିପି ଏବଂ ସଂପୃକ୍ତ ଓଏଏସ୍‌ ଅଫିସରଙ୍କୁ ରିପୋର୍ଟ ତଲବ କରିଛନ୍ତି । ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଭୁବନେଶ୍ବର ମହାନଗର ନିଗମର ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ଘରେ ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ଏବେ ବି ପୋଲିସ ହାତ ଖାଲି। ଅଭିଯୋଗକୁ ୨ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି ଅଭିଯୁକ୍ତ ଓଏଏସ୍‌ ବାବୁ। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ସରକାରୀ ବାବୁଙ୍କର ଭୁବନେଶ୍ବର ଶୈଳଶ୍ରୀ ବିହାର ଘର ଉପରେ ଚଢ଼ଉ କରିଥିଲେ ମଧ୍ୟ ଉଭୟ ଅଭିଯୁକ୍ତ ଶ୍ବଶୂର ଓ ଜ୍ବାଇଁ କୁଆଡ଼େ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜେଡ୍‌ଡିସି ପ୍ରମୋଦ ପୃଷ୍ଟିରେ ଛୁଟିରେ ଥିବା ବିଏମସି ପକ୍ଷରୁ କୁହାଯାଇଛି।

ଜଣେ ନାବାଳିକାକୁ ଘରେ ସହାୟିକା ବା ଚାକରାଣୀ ଭାବେ ରଖିବା ଭଳି ବେଆଇନ୍‌ କାର୍ଯ୍ୟକରି ଜଣେ ବରିଷ୍ଠ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ଖୋଲାଖୋଲି ଆଇନ୍‌ ଉଲଂଘନ କରିଥିବା ବେଳେ ଶିଶୁ ଅଧିକାର କ୍ଷୁର୍ଣ୍ଣ କରି ସଂଗୀନ ଅପରାଧ କରିଛନ୍ତି। ଏଥି ସହ ଜଣେ ଗରିବ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିବା ଭଳି ଅମାନବୀୟ କାଣ୍ଡ ମଧ୍ୟ ଅଭିଯୁକ୍ତ ପ୍ରମୋଦ ପୃଷ୍ଟିଙ୍କ ଘରେ ଘଟିଛି। 

ପ୍ରମୋଦ ପୃଷ୍ଟିଙ୍କ ଶ୍ବଶୂର ସଂପୃକ୍ତ ନାବାଳିକାଙ୍କୁ ୫/୬ମାସ ଧରି ଦୁଷ୍କର୍ମ କରିଥିବା ବେଳେ ନାବାଳିକା ଜଣକ ଗର୍ଭବତୀ ଥିବା ଅଭିଯୋଗ ହୋଇଛି। କୌଣସି ଉପାନ୍ତ ଅଂଚଳରେ ନୁହେଁ  ଖୋଦ୍‌ ରାଜଧାନୀର ଛାତି ଉପରେ ଜଣେ ସରକାରୀ ଅଫିସରଙ୍କ ଘରେ ଏତେ ବଡ଼ ସାଂଘାତିକ ଘଟଣା ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସକୁ ଆଉ କେତେ ସମୟ ଲାଗିବ ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।

ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ। ଏନେଇ  ଯାଜପୁର ଏସପି, ଭୁବନେଶ୍ବର ଡିସିପି ଏବଂ ସଂପୃକ୍ତ ଓଏଏସ୍‌ ଅଫିସରଙ୍କୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ମିଳିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ଆଇନକୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିବା ଅଧିକାରୀମାନେ ଏଭଳି ଘୃଣ୍ୟ କାର୍ଯ୍ୟ କରିଥିବାରୁ କାର୍ଯ୍ୟାନୁଷ୍ଠାନରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି କହିଛନ୍ତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପ୍ରଧାନ। ଏହି ଘଟଣାରେ ଅଭିଯୁକ୍ତ ପ୍ରମୋଦ ପୃଷ୍ଟି ଓ ତାଙ୍କ ଶ୍ବଶୁରଙ୍କୁ କେତେ ଶୀଘ୍ର ପୋଲିସ ପଞ୍ଝାକୁ ଆସୁଛନ୍ତି ଆଉ ସେମାନଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ରହିବ ନଜର।

   Related Posts