Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସୁଶାନ୍ତଙ୍କ ଭିସେରା ରିପୋର୍ଟରୁ ବଡ଼ ଖୁଲାସା, ତାଙ୍କୁ ଦିଆଯାଇ ନାହିଁ ବିଷ, ତାହେଲେ କେମିତି ହେଲା ମୃତ୍ୟୁ?

29/09/2020 at 12:21 PM

ମୁମ୍ବାଇ ୨୯/୦୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସର ଫରେନସିକ୍ ଟିମ୍ ଓ ସିଏଫଏସଏଲଙ୍କ ଏକ୍ସପର୍ଟଙ୍କ ମଧ୍ୟରେ କିଛି ଦିନ ତଳେ ଏକ ବୈଠକ ବସିଥିଲା। ଏମ୍ସ ତରଫରୁ କରାଯାଉଥିବା ଫରେନସିକ ତଦନ୍ତ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହି ରିପୋର୍ଟରୁ ଏବେ ସତ ସାମ୍ନାକୁ ଆସିଛି। ଅର୍ଥାତ୍ ସୁଶାନ୍ତଙ୍କ ଭିସେରା ରିପୋର୍ଟ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଶରୀରରୁ କୌଣସି ପ୍ରକାର ବିଷ ମିଳି ନାହିଁ। ଅର୍ଥାତ ତାଙ୍କୁ ବିଷ ଦିଆଯାଇ ନାହିଁ। ଏବେ ପ୍ରଶ୍ନ ଉଠୁଛି ତାହେଲେ କେମିତି ହେଲା ତାଙ୍କ ମୃତ୍ୟୁ? ସିବିଆଇ ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏମ୍ସର ଫରେନସିକ ସାଇନ୍ସ ବିଭାଗ ଓ ସିଏଫଏସଏଲ ଫାଇଡିଂ ପ୍ରାୟ ଏକାପରି। ଅବଶ୍ୟ ଏବେ ଆବଶ୍ୟକ ପଡ଼ିଲେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇପାରେ।

ସୁଶାନ୍ତଙ୍କ ସହ ରହୁଥିବା ଲୋକ ମଧ୍ୟ ତଦନ୍ତରେ ବହୁ ଗୁରୁତ୍ବପୂଣ୍ର୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏତଲାରେ ଦର୍ଜ କରାଯାଇଥିବା କୌଣସି ନାଁକୁ ଏବେ ସୁଦ୍ଧା କ୍ଲିନଚିଟ୍ ମିଳି ନାହିଁ। କୁପର ହସପିଟାଲ ଡାକ୍ତରଙ୍କୁ ମଧ୍ୟ ଏନେଇ କ୍ଲିନଚିଟ୍ ଦିଆଯାଇ ନାହିଁ। କାରଣ କୁପର ହସପିଟାଲ ରିପୋର୍ଟକୁ ବିସ୍ତୃତ ଭାବେ ଦେଖିବାକୁ  ପରାମର୍ଶ ଦିଆଯାଇଛି। ଏବେ ବି କୁପର ହସପିଟାଲ ପ୍ରଶ୍ନ ଘେରରେ ରହିଛି। ଏମ୍ସ ରିପୋର୍ଟ ଇସାରା କରୁଛି ଯେ କୁପର ହସପିଟାଲ ଦ୍ବାରା ସୁଶାନ୍ତ  ମାମଲାକୁ ଅଣଦେଖା କରାଯାଇଛି। କାରଣ କୁପର ହସପିଟାଲ ଡାକ୍ତର ସୁଶାନ୍ତଙ୍କ ଶବବ୍ୟବଚ୍ଛେଦ କଲାବେଳେ ତାଙ୍କ ଗଳାରେ ଦାଗ ଥିଲେ ସେନେଇ କିଛି କହି ନ ଥିଲେ। ଏହା ସହ ମୃତ୍ୟୁ ସମୟ ମଧ୍ୟ ଉଲ୍ଲେଖ କରି ନ ଥିଲେ।

   Related Posts