ଓଏଏସ୍ ସ୍ତରରେ ଅଦଳଵଦଳ: ମାନସ ରଂଜନ ପାଢୀ ହେଲେ ମୟୁରଭଞ୍ଜ ଏ ଡି ଏମ

Published By : Prameya-News7 Bureau | September 20, 2018 IST

ଭୁବନେଶ୍ୱର ୨୦/୦୯: ଆଜି ପୁଣି ଓଏଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ସଚିବ ଶୁଭକାନ୍ତ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ କରାଯାଇଛି । ସେହିଭଳି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାଏକଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବଭାବେ ବଦଳି କରାଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢ଼ୀଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । କେନ୍ଦୁଝର ଆଇଟିଡ଼ିଏର ପିଏ ସମ୍ୱିତ କୁମାର ନାଏକଙ୍କୁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ନବରଙ୍ଗପୁରର ଆଇଟିଡ଼ିଏର ପିଏ ନାରାୟଣ ମୁର୍ମୁଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା । ତେବେ ସରକାର ତାଙ୍କୁ ବାତିଲ କରି ଶ୍ରୀମୁର୍ମୁଙ୍କୁ କେନ୍ଦୁଝର ଆଇଟିଡ଼ିଏର ପିଏ ଭାବେ ବଦଳି କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମର ଯୁଗ୍ମ କମିଶନର ରମାକାନ୍ତ ସେଠୀଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଗଜପତି ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୋରକୋରାଙ୍କୁ ଗଜଦପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପି.ଡି ଭାବେ ବଦଳି କରାଯାଇଛି । ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ନୃପରାଜ ସାହୁଙ୍କ ବଦଳିକୁ ସରକାର ବାତିଲ କରିଛନ୍ତି । ସେ ପୂର୍ବଭଳି ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗର ଯୁଗ୍ମସଚିବ ଭାବେ କାର୍ଯ୍ୟ ନିର୍ବାହ କରିବେ । ସମ୍ୱଲପୁର ମହାନିଗମର କମିଶନର ବିମଳେନ୍ଦୁ ରାୟଙ୍କୁ ଭୁବନେଶ୍ୱର ମହାନଗର ନିଗମର ଯୁଗ୍ମ କମିଶନର ଭାବେ ବଦଳି କରାଯାଇଛି । ବଲାଙ୍ଗୀର ଡୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ଯୁଗଳେଶ୍ୱରୀ ଦାସଙ୍କୁ ରେଜିଷ୍ଟାର କୋଅପରେଟିଭ୍ ସୋସାଇଟିର ଏ.ଓ ଭାବେ ବଦଳି କରାଯାଇଛି । ଏଥିସହ ପୂର୍ବଭଳି ସେ ବରଗଡ଼ ସମବାୟ ଚିନିକଳର ଏମ.ଡି ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ଓଡ଼ିଶା ଖାଦ୍ୟ କମିଶନର ସଦସ୍ୟ ସଚିବ ରାଜଶ୍ରୀ ମହାନ୍ତିଙ୍କୁ ଶିଶୁ ଅଧିକାର କମିଶନର ସଚିବ ଭାବେ ବଦଳି କରାଯାଇଛି । ସେହିଭଳି ଓଡ଼ିଶା ଶିଶୁ ଅଧିକାର କମିଶନର ସଚିବ ଦେବଯାନୀ ଧଳଙ୍କୁ ରାଜ୍ୟ ଖାଦ୍ୟ କମିଶନର ସଦସ୍ୟ ସଚିବ ଭାବେ ବଦଳି କରାଯାଇଛି । ଯାଜପୁର ଆର.ଟି.ଓ ଭାବେ ବଦଳି ହୋଇଥିବାବିଜୟାନନ୍ଦ ନାଏକଙ୍କ ବଦଳିକୁ ପରିବର୍ତ୍ତନ କରି ସରକାର ତାଙ୍କୁ ମଧ୍ୟମିକ ଶିକ୍ଷା ପରିଷଦର ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଭାବେ ଅବସ୍ଥାପିତ କରିଛନ୍ତି । ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ପଟେଲଙ୍କୁ ଜଳସମ୍ପଦ ବିଭାଗର ଏଲ.ଏ.ଓ ଭାବେ ବଦଳି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.