ଟି ୨୦ ବିଶ୍ବକପ : ନାମିବିୟା ବିପକ୍ଷରେ ନ୍ୟୁଜିଲାଣ୍ଡର ସହଜ ବିଜୟ, ପଏଣ୍ଟ ଟେବୁଲର ୨ୟ ସ୍ଥାନରେ କିଓ୍ବି ଟିମ

Published By : Prameya-News7 Bureau | November 05, 2021 IST

ଶାରଜାହା ୦୫/୧୧ : ଟି ୨୦ ବିଶ୍ବକପରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ନାମିବିୟା ବିପକ୍ଷରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ୧୬୪ ରନର ପିଛା କରିବାକୁ ଯାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ନାମିବିୟା ମାତ୍ର ୧୧୧ ରନ କରିବାକୁ ସକ୍ଷମ ହୋଇଛି । ଯାହା ଫଳରେ ୫୨ ରନର ବଡ ବ୍ୟବଧାନରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ।

ନାମିବିୟା ପକ୍ଷରୁ ଷ୍ଟିଫେନ୍‌ ବାର୍ଡ ୨୧ ରନ କରି ଆଉଟ ହୋଇଥିବା ବେଳେ, ମିଚେଲ ଲିଙ୍ଗେନ୍‌ ୨୫ରନ, ଗେରହାର୍ଡ ଏରସମସ୍‌ ୩ରନ, ଜେନ୍‌ ଗ୍ରୀନ୍‌ ୨୩ ରନ, ଡେଭିଡ୍ ଓ୍ବାଇସ୍‌ ୧୬ରନ, କ୍ରେଗ୍‌ ଓ୍ବିଲିୟମସ୍‌ ୦, ନିକୋଲ ଇଟୋନ ୦ ରନ କରି ଆଉଟ ହୋଇଛନ୍ତି । ଜେଜେ ସ୍ମିଟ୍‌ ୯ରନ ଏବଂ ରୁବେନ୍‌ ଟ୍ରମ୍ପେଲମାନ୍ନ ୬ରନ କରି ଅପରାଜିତ ଅଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ୪ ଓଭରରେ ୧୫ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ଟ୍ରେଣ୍ଟ ବୋଲ୍ଟ ୪ ସଭରରେ ୨୦ରନ ୨ ଓ୍ବିକେଟ, ଆଡାମ୍‌ ମିଲନେ୍‌ ୪ ଓଭରରେ ୨୫ରନ, ମିଚେଲ ସାଣ୍ଟନର୍‌ ୪ ଓଭରରେ ୨୦ରନ ୧ ଓ୍ବିକେଟ, ଜେମସ୍‌ ନିସାମ ୧ ଓଭରରେ ୬ରନ ୧ ଓ୍ବିକେଟ ଏବଂ ଇଶ୍‌ ସୋଧୀ ୩ ସଭରରେ ୨୨ରନ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.