Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-ଟ୍ବେଣ୍ଟି : ସିରିଜ କବ୍‌ଜା ଲକ୍ଷ୍ୟରେ ମେନ୍ ଇନ୍ ବ୍ଲୁ , କିଓ୍ବି ଟିମ୍ ପାଇଁ ‘କର ବା ମର’ ପରିସ୍ଥିତି

29/01/2020 at 8:55 AM

ହାମିଲ୍‌ଟନ୍ ୨୯।୦୧: ବୁଧବାର ଦିନ ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍। ହାମିଲଟନର ସେଡେନ ପାର୍କରେ ଦିନ ୧୨.୩୦ରେ ଖେଳାଯିବ ମ୍ୟାଚ । ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଆଜିର ମ୍ୟାଚ ଜିତି ବିଜୟଧାରା ବଜାର ରଖିବାକୁ ଟିମ ଇଣ୍ଡିଆର ପ୍ରୟାସ କରିବ । ସେପଟେ ପ୍ରତିଶୋଧ ନେବା ପାଇଁ କିୱି ଦଳ ବିଶେଷ ରଣନୀତି ପ୍ରସ୍ତୁତ କରିଛି । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।କାରଣ ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବାକୁ ପଡ଼ିବ ।

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ବ୍ୟାଟିଂ  କରି ୨୦୩ ରନ୍‌ ସଂଗ୍ରହ କରିଥିଲା । ଭାରତ ଆରମ୍ଭରୁ ରୋହିତ ଶର୍ମାଙ୍କ ୱିକେଟ୍‌ ହରାଇଥିଲା ।  ଲୋକେଶ ରାହୁଲ ଓ ଶ୍ରେୟାସ ଆୟରଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ବଡ ସ୍କୋର କରିବାକୁ ଭାରତୀୟ ବୋଲରମାନେ ସୁଯୋଗ ଦେଇ ନଥିଲେ । ରବିନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମରାଙ୍କ ଶୃଙ୍ଖଳିତ ବୋଲିଂ ବଳରେ ନ୍ୟୁଜିଲାଣ୍ଡକୁ ଭାରତ ୧୩୨ରନ୍‌ରେ ଟାର୍ଗେଟ । ଜବାବରେ ରାହୁଲ ଓ ଆୟର ଉପଯୋଗୀ ବ୍ୟାଟିଂ କରି ଜିତାଇଥିଲେ । ଭାରତ ଆଜିର ମ୍ୟାଚ୍ ବିଜୟୀ ସହ ନିଜ କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ସିରିଜ ବିଜୟୀ ହେବ ।

   Related Posts