Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଟି ୨୦ ବିଶ୍ବକପ : ଭାରତର ଦୟନୀୟ ବ୍ୟାଟିଂ, ରାହୁଲ-ଇଶାନ-କୋହଲି-ରୋହିତ ସମସ୍ତେ ଫ୍ଲପ୍‌, ନ୍ୟଜିଲାଣ୍ଡକୁ ସହଜ ବିଜୟ ଲକ୍ଷ୍ୟ

31/10/2021 at 9:10 PM

ଦୁବାଇ ୩୧/୧୦ : ପୁଣି ଫେଲ୍ । ଦୟନୀୟ ଏବଂ ରୁଗ୍‌ଣ ବ୍ୟାଟିଂ । ଆଇପିଏଲରେ ହିରୋ କିନ୍ତୁ ବିଶ୍ବକପରେ ଜିରୋ । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦୟନୀୟ ବ୍ୟାଟିଂ କରିଛି ଭାରତୀୟ ଟିମ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ, ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନଙ୍କୁ ଧୂଳି ଚଟାଇଛି । ଶାଣିତ ବୋଲିଂକୁ ସାମ୍ନା କରିନପାରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୧୦ ରନ କରିବାକୁ ସକ୍ଷମ ହୋଇଛି ଭାରତ । ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୧୧୧ ରନ କରିବାକୁ ହେବ ।

ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ଏବଂ ଇଶାନ କିଷନ ଫେଲ ମାରିଥିଲେ । ରାହୁଲ ମାତ୍ର ୧୮ ରନ କରି ଆଉଟ ହୋଇଥିବା ବେଳେ କ୍ୟାରିୟର ପ୍ରଥମ ବିଶ୍ବକପ ଖେଳୁଥିବା ଇଶାନ କିଷନ ୪ ରନ କରି ଫେଲ ମାରିଛନ୍ତି । ସେହିଭଳି ରୋହିତ ଶର୍ମା ଖରାପ ସଟ୍‌ ଖେଳି ମାତ୍ର ୧୪ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ବିରାଟ କୋହଲି ମାତ୍ର ୯ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୧୨ ରନ, ହାର୍ଦ୍ଧିକ ପାଣ୍ଡ୍ୟା ୨୩ ରନ, ଶାର୍ଦ୍ଦୁଲ ଠାକୁର ୦ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ସାମୀ ୦ ଏବଂ ରବୀନ୍ଦ୍ର ଜାଡେଜା ୨୬ ରନ କରି ଅପରାଜିତ ଅଛନ୍ତି ।

ନ୍ୟୁଜିଲାଣ୍ଡର ବୋଲର ମାନେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ବାନ୍ଧି ରଖିଥିଲେ । ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୨୦ ରନଦେଇ ୩ ଓ୍ବିକେଟ ନେଇଥିବା ବେଳେ, ଟିମ ସାଉଦି ୪ ଓଭରରେ ୨୬ ରନ ୧ ଓ୍ବିକେଟ, ମିଚେଲ ସାଣ୍ଟନର ୪ ଓଭରରେ ୧୫ରନ, ଆଡାମ ମିଲନେ ୪ ଓଭରରେ ୩୦ ରନ ୧ ଓ୍ବିକେଟ ଏବଂ ଇଶ୍‌ ସୋଧୀ ୪ ଓଭରରେ ୧୭ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।

   Related Posts