ଟି ୨୦ ବିଶ୍ବକପ : ନଜିବୁଲ୍ଲା ଜାରଦାନଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | November 07, 2021 IST

ଶାରଜାହା ୦୭/୧୧ : ଟି ୨୦ ବିଶ୍ବକପରେ ଆଜି ଭାରତ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମୁକାବିଲାରେ ଆଫଗାନିସ୍ତାନକୁ ବିଜୟୀ ହେବାକୁ ପଡିବ । ଉଭୟ ଟିମ ମଧ୍ୟରେ ଲଢେଇ ଜାରି ରହିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ୧୨୪ ରନ ସଂଗ୍ରହ କରିଛି ଦଳ । ନ୍ୟୁଜିଲାଣ୍ଡକୁ ଜିତିବାକୁ ହେଲେ ୧୨୫ ରନ କରିବାକୁ ହେବ । ସେପଟେ ଭାରତକୁ ସେମି ଫାଇନାଲ ଯାଏଁ ପହଞ୍ଚିବାକୁ ହେଲେ ଆଫଗାନିସ୍ତାନ ଜିତିବା ନିହାତି ଆବଶ୍ୟକ ।

ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନର ହାଜରାତୁଲ୍ଲା ଜାଜାଇ ଏବଂ ମହମ୍ମଦ ସେହଜାଦ ନିରାଶ କରିଛନ୍ତି । ଜାଜାଇ ମାତ୍ର ୨ ରନ କରି ଆଉଟ ହୋଇଥିବା ବେଳେ ସେହଜାଦଙ୍କ ଖାତାରେ ମାତ୍ର ୪ ରନ ରହିଛି । ଏହା ପରେରମାନୁଲ୍ଲା ଗୁରବାଜ ମଧ୍ୟ ନିରାଶ କରିଛନ୍ତି । ସେ ମାତ୍ର ୬ ରନ କରି ଆଉଟ ହୋଇଥିବା ବେଳେ ଗୁଲାବୁଦ୍ଧିନ ନଇବ ୧୫ରନ, ଅଧିନାୟକ ମହମ୍ମଦ ନବୀ ୧୪ରନ କରି ଆଉଟ ହୋଇଛନ୍ତି । ନଜିବୁଲ୍ଲା ଜାରଦାନ ବିସ୍ଫୋରକ ଇନିଂସ ଖେଳିଛନ୍ତି । ସେ ବ୍ୟକ୍ତିଗତ ଭାବେ ୪୮ ବଲ ଖେଳି ୬ ଚୌକା ଏବଂ ୩ ଛକା ସହାୟତାରେ ୭୩ ରନ, କରିମ ଜନ୍ନତ ୨ରନ, ରାସିଦ ଖାନ ୩ ରନ କରି ଆଉଟ ହୋଇଛନ୍ତି । ମୁଜିବ  ୦ ରନ କରି ଅପରାଜିତ ଅଛନ୍ତି ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ୪ ଓଭରରେ ୨୪ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୧୭ରନ ୩ ଓ୍ବିକେଟ, ଆଡାମ ମିଲନେ ୪ ଓଭରରେ ୧୭ରନ ୧ ଓ୍ବିକେଟ, ଜେମସ୍‌ ନିସାମ ୪ ଓଭରରେ ୨୪ରନ ୧ ଓ୍ବିକେଟ, ମିଚେଲ ସାଣ୍ଟନର ୨ ଓଭରରେ ୨୭ରନ ଏବଂ ଇଶ ସୋଧୀ ୨ ଓଭରରେ ୧୩ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.