କଂଗ୍ରେସ ନଜରରେ କିଷାନ: ଛତିଶଗଡରେ ଆରମ୍ଭ ହେଲା ନ୍ୟାୟ ଯୋଜନା,୭୫୦୦ ଟଙ୍କା ଲେଖାଏଁ ପାଇବେ ୧୯ ଲକ୍ଷ ଚାଷୀ

Published By : Prameya-News7 Bureau | May 21, 2020 IST

ରାୟପୁର, ୨୧|୦୫:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୂଣ୍ୟତିଥୀରେ ଛତିଶଗଡରେ ଶାସନାଧିନ କଂଗ୍ରେସ ସରକାର ରାଜ୍ୟରେ ନ୍ୟାୟ ଯୋଜନା ଆରମ୍ଭ କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଏହି ଯୋଜନାକୁ ଆରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ଦଳ ଖୁସି ଅଛି ବୋଲି ସୋନିଆ କହିଛନ୍ତି ।

ସୋନିଆ କହିଛନ୍ତି ଯେ, ରାଜୀବଙ୍କ ହୃଦୟରେ କୃଷକ, ମହିଳା, ଆଦିବାସୀଙ୍କ ପାଇଁ ଭଲ ପାଇବା ଥିଲା । ସେ ଏହି ଶ୍ରେଣୀର କଷ୍ଟ ଓ ଅସୁବିଧାକୁ ବୁଝିଥିଲେ । ତେଣୁ ସେ ସିଧାସଳଖ କୃଷକଙ୍କ ନିକଟକୁ ଯାଇ ସେମାନଙ୍କ ଦୁଃଖ ବୁଝୁଥିଲେ । କୃଷକ ଓ କୃଷି ଭାରତର ବିକାଶର ମୂଳମନ୍ତ୍ର ବୋଲି ସେ ମାନୁଥିଲେ ।

ସେହିପରି କଂଗ୍ରେସ ପ୍ରବକ୍ତା ରଣଦୀପ ସୁରେଜଓ୍ୱାଲା କହିଛନ୍ତି ଯେ, ରାଜୀବ ଗାନ୍ଧୀ କିଷାନ ନ୍ୟାୟ ଯୋଜନା ହେଉଛି ଏକ ଐତିହାସିକ ଯୋଜନା । ଏଠାରେ ୧୯ ଲକ୍ଷ ଧାନ, ମକା, ଆଖୁ ଚାଷ କରୁଥିବା କୃଷକଙ୍କୁ ସିଧାସଳଖ ୭୫୦୦ ଟଙ୍କା ମିଳିବ । ପ୍ରାଥମେ ୧୫୦୦ କୋଟି ଟଙ୍କାର କିସ୍ତୀ ପଠାଯିବ ।  ଭାରତ ସରକାର ଏଥିରୁ କିଛି ଶିଖିବେ ବୋଲି ସେ କହିଛନ୍ତି ।

wp:core-embed/twitter {"url":"https://twitter.com/bhupeshbaghel/status/1263363032194838528?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1263363032194838528\u0026ref_url=https%3A%2F%2Faajtak.intoday.in%2Fstory%2Fchhatsigarh-rajiv-gandhi-kisan-nyaya-scheme-congress-sonia-gandhi-cm-bhupesh-baghel-1-1192913.html","type":"rich","providerNameSlug":"twitter","className":""}
https://twitter.com/bhupeshbaghel/status/1263363032194838528?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1263363032194838528&ref_url=https%3A%2F%2Faajtak.intoday.in%2Fstory%2Fchhatsigarh-rajiv-gandhi-kisan-nyaya-scheme-congress-sonia-gandhi-cm-bhupesh-baghel-1-1192913.html
/wp:core-embed/twitter

ଛତିଶଗଡ କଂଗ୍ରେସ କହିଛନ୍ତି ଯେ, ଯେତେବେଳେ ନୋବେଲ ବିଜୟୀ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ, ଉଭୟଙ୍କ ମଧ୍ୟରେ କୃଷକଙ୍କ ସମୃଦ୍ଧ କରିବା ନେଇ ଚର୍ଚ୍ଚା ହୋଇଥିଲା । ସେମାନଙ୍କ ନିକଟରେ ଟଙ୍କା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଯାହା ଆଜି କଂଗ୍ରେସ ସରକାର କରିଦେଖାଇଛି ।

ରାଜ୍ୟରେ ମୋଟ ୧୮ ଲକ୍ଷ ୩୪ ହଜାର ୮୩୪ଜଣଙ୍କୁ ପ୍ରଥମ କିସ୍ତୀରେ ୧୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୯ ଲକ୍ଷ ୫୩ ହଜାର ୭୦୬ ଭାଗ ଚାଷୀ, ୫ ଲକ୍ଷ ୬୦ ହଜାର କ୍ଷୁଦ୍ର ଚାଷୀ ଓ ୩ ଲକ୍ଷ ୨୦ ହଜାର ୮୪୪ ବଡ ଚାଷୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.