ପୋଷାକ ପରେ ଏବେ ଏଥି ଯୋଗୁଁ ଟ୍ରୋଲ ହୋଇଛନ୍ତି ଅଜୟ ଦେବଗନଙ୍କ ଝିଅ ନ୍ୟାଶା, ୟୁଜର୍ସ ଦେଉଛନ୍ତି ଏମିତି କମେଣ୍ଟ
30/10/2019 at 3:57 PM

ମୁମ୍ବାଇ୩୦|୧୦: ନିକଟରେ ଅମିତାଭ ବଚ୍ଚନଙ୍କ ଘରେ ଦୀପାବଳି ପାର୍ଟି ଅନୁଷ୍ଠିତ ହୋଇଥିଲା। ଏହି ବଲିଉଡ ପାର୍ଟିରେ ଅନେକ ସେଲିବ୍ରିଟି ଯୋଗଦେଇଥିଲେ। ଏଥିରେ ଅଜୟ ଦେବଗନଙ୍କ ପରିବାର ମଧ୍ୟ ସାମିଲ ଥିଲା। ତେବେ ପାର୍ଟିରେ ଅଜୟ ଦେବଗନଙ୍କ ଝିଅ ନ୍ୟାଶାଙ୍କ ଲୁକକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ପାର୍ଟିରେ ନ୍ୟାଶା ପିଚ୍ କଲରର ଲେହେଙ୍ଗା ସାଙ୍ଗକୁ ଗୋଲ୍ଡେନ ବର୍ଡରର ବ୍ଲାଉଜ ପିନ୍ଧିଥିଲେ। ମେକଅପ୍ରେ ନିଶା ଆଇଲାଇନର ସହ ଗ୍ଲସି ଲିପଷ୍ଟିକ ଲଗାଇଥିଲେ। ଗାଲରେ ନ୍ୟାଶା ହାଇଲାଇଟ କରିଥିଲେ। ନ୍ୟାଶା ସୁନ୍ଦର ଦେଖାଯାଉଥିଲେ ସତ ହେଲେ ୟୁଜର୍ସ ତାଙ୍କ ଲୁକ୍ର ଏବେ ମଜା ଉଡାଉଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି ଯେ, ନ୍ୟାଶା ୧୫୦ କିଲୋର ମେକଅପ୍ ଲଗାଇଛନ୍ତି। ଅପରପକ୍ଷରେ ଆଉ ଜଣେ ଲେଖିଛନ୍ତି ଯେ, ବଲିଉଡର ପିଲାମାନେ ହଠାତ୍ ଏତେ ଗୋରା କେମିତି ହେଇଯାଉଛନ୍ତି? କିଏ ମେକଅପକୁ ନେଇ ଲେଖିଛି ତ କିଏ ତାଙ୍କୁ ଭୂତ ଭଳି ଦେଖାଯାଉଥିବା ମଧ୍ୟ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନ୍ୟାଶା ନିଜ ପରିଧାନ ପାଇଁ ଟ୍ରୋଲ ହୋଇଥିଲେ।

ଝିଅ ଏପରି ଟ୍ରୋଲ ହେବାପରେ ବାପା ଅଜୟ ଦେବଗନଙ୍କ ବୟାନ ମଧ୍ୟ ଆସିଛି। ନ୍ୟାସା ଏବେ ମାତ୍ର ୧୫ ବର୍ଷ ବୟସର ବୋଲି କହିଛନ୍ତି ଅଜୟ। ତେବେ ଲୋକେ ଏହା ଭୁଲିଯାଉଛନ୍ତି । ଏହି ଫଟୋରେ ନ୍ୟାଶା ଲଙ୍ଗ ଟିସାର୍ଟ ପିନ୍ଧିଥିଲେ। ଟିସାର୍ଟ ବଡ ହୋଇଥିବାରୁ ତଳେ ପିନ୍ଧିଥିବା ପ୍ୟାଣ୍ଟ ଦେଖାଯାଇନଥିଲା ଓ ଏନେଇ ଲୋକେ ତାଙ୍କୁ ଟ୍ରୋଲ କରି କମେଣ୍ଟ କରୁଥିଲେ।

ନ୍ୟାଶା ସିଙ୍ଗାପୁରରେ ପାଠ ପଢନ୍ତି ଓ ଅଜୟଙ୍କ ପୁଅ ୟୁଗ ଏବେ ମାତ୍ର ୮ ବର୍ଷର। ଅଜୟ ଦେବଗନଙ୍କ ପାଖରେ ଏବେ ଦମଦାର ଫିଲ୍ମର ଅଫର ରହିଛି। ତାହା ହେଉଛି ସଂଜୟ ଲିଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’। ଏହା ବ୍ୟତୀତ ଅଜୟ ଏବେ ‘ତାନାଜି: ଦ ଅନସଙ୍ଗ ୱାରିଅର’, ‘ଭୂଜ ଦ ପ୍ରାଇଡ ଇଣ୍ଡିଆ ଓ ମୈଦାନ ଭଳି ଫିଲ୍ମରେ ଅଭିନୟ କରୁଛନ୍ତି।