ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଦୁର୍ଗୋତ୍ସବ

Published By : Prameya-News7 Bureau | October 24, 2020 IST

ଭୁବନେଶ୍ୱର ୨୪।୧୦: ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଏକ କଞ୍ଜ୍ୟୁମର କନେକ୍ଟ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । କରୋନା ଯୋଗୁ ବିଭିନ୍ନ ପ୍ରକାର ବାଧାବିଘ୍ନ ରହିଥିବାବେଳେ ଦୁର୍ଗାପୂଜାକୁ ଏକ ନିଆରା ଢ଼ଙ୍ଗରେ ପାଳିବା ପାଇଁ ନେକ୍ଟଟଡିଜିଟାଲ ଉପଭୋକ୍ତାଙ୍କୁ ସୁଯୋଗ ଦେଉଛି । ଏଥିପାଇଁ ଏହା ସ୍ୱତନ୍ତ୍ର ଦୁର୍ଗା ପୂଜା ଅଭିଯାନ ଆରମ୍ଭ କରିଛି ।

ଏହି କାର୍ଯ୍ୟକ୍ରମ ଅଧୀନରେ ଉପଭୋକ୍ତା ତିନୋଟି ବର୍ଗରେ ନିଜ ନିଜର ଭିଡିଓ ବନାଇପାରିବେ। ଏହି ବର୍ଗ ତିନୋଟି ହେଉଛି ଗୀତ, ନାଚ ଏବଂ ରେସିଟେସନ । ଭିଡିଓଗୁଡିକୁ ନେକ୍ସଟଡିଜିଟାଲର ସୋସିଆଲ ମିଡିଆ ଏବଂ ଚ୍ୟାନେଲ ଓ ୱେବ୍‌ସାଇଟ୍‌ରେ ପ୍ରୋତ୍ସାହିତ କରାଯିବ । ୫ ଦିନିଆ ପର୍ବ ସମୟରେ ଏହି ଭିଡିଓ କଣ୍ଟେଷ୍ଟର ଅଂଶ ସ୍ୱରୂପ ଚୟନ ପ୍ରାର୍ଥୀଙ୍କୁ ଇନ୍‌ଡିଜିଟାଲ ଏବଂ ନେକ୍ସଟଡିଜିଟାଲ ନେଟ୍‌ୱର୍କର ଟିଭି ଚ୍ୟାନେଲରେ ସ୍ଥାନ ମିଳିବ । ଭିଡିଓଗୁଡିକୁ ଜୁରୀମାନଙ୍କ ଦ୍ୱାରା ମାର୍କିଂ ଦିଆଯିବ ଏବଂ ୩ଟି ବର୍ଗରେ ଶ୍ରେଷ୍ଠ ୩ ଭିଡିଓ ପଠାଇଥିବା ପ୍ରାର୍ଥୀ ଏକ ସରଳ ପ୍ରଶ୍ନର ଉତ୍ତର ଦେଇ ଆକର୍ଷଣୀୟ ପୁରସ୍କାର ଜିତିପାରିବେ ବୋଲି ନେକ୍ସଟ ଡିଜିଟାଲର ମୁଖ୍ୟ(ମାର୍କେଟିଂ ଏବଂ ବ୍ରାଣ୍ଡ) ରାଜଦୀପ ରୁଦ୍ର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.