Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ବିଜେପୁର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତିପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୨ ବର୍ଷରେ ଖର୍ଚ୍ଚ ହେବ ୧ହଜାର ୨୯୦କୋଟି ଟଙ୍କା

30/05/2019 at 10:27 PM

ଭୁବନେଶ୍ବର ୩୦।୫ : ବରଗଡ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ହେବ କାୟାକଳ୍ପ। ଆଗାମୀ ୨ ବର୍ଷରେ ବଦଳିଯିବ ବିଜେପୁରର ଚିତ୍ର। ଏଥି ପାଇଁ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହେବ ୧ହଜାର ୨୯୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପଞ୍ଚମବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବଗ୍ରହଣ କରିବା ପରେ ଗୁରୁବାର ପ୍ରଥମ ଥର ନିର୍ବାଚନମଣ୍ଡଳିର ବିକାଶ ସମୀକ୍ଷା କରିଛନ୍ତି। ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ନବୀନ ମାତ୍ର ୨ ବର୍ଷ ସମୟସୀମା ଧାର୍ଯ୍ୟ କରିଥିବା ବେଳେ ଏହି  ଅବଧିରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗ୍ରାମ ଓ ସହରାଞ୍ଚଳର ସାମଗ୍ରୀକ ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରତି ୨ ମାସରେ ମୁଖ୍ୟମନ୍ତ୍ରୀ  ନିଜେ କାର୍ଯ୍ୟ ସମୀକ୍ଷା କରିବା ସହ ବିକାଶ ତ୍ବରାନ୍ବୀତ କରିବାକୁ ପଦକ୍ଷେପ ନେବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ବିଜେପୁର ନିର୍ବାଚନ ମଣ୍ଡଳିର ୩୪ ହଜାର ବାସ୍ତବ ହିତାଧିକାରୀଙ୍କୁ ପକ୍କା ଘର ପ୍ରଦାନ ସହ ବରଗଡ ଜିଲ୍ଲାକୁ ମେଗା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ୨ ବର୍ଷ ମଧ୍ୟରେ ଜଳ ଯୋଗାଣ ପାଇଁ ନିଷ୍ପତି ହୋଇଛି । ଏଥି ପାଇଁ ୧ହଜାର ୧୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଫଳରେ ଜିଲ୍ଲାର ୫୦୫ଟି ଗ୍ରାମର ୮ଲକ୍ଷ ଲୋକେ ଉପକୃତ ହେବେ। ଏହା ଛଡା ପାର୍ବତୀଗିରି ଜଳ ସେଚନ ଯୋଜନାରେ ଗାଇସିଲେଟ ବ୍ଲକର ବୁରୋମୁଣ୍ଡାରେ ନୂଆ ମେଗା ଜଳସେଚନ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଏଥିପାଇଁ ୪୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ସେହିପରି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ୨୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ସହ ୩ ହଜାର ଗଭୀର ନଳକୂପ ପ୍ରକଳ୍ପ  ପାଇଁ ମଧ୍ୟ ଯୋଜନା କରାଯାଇଛି। ଚାଷୀଙ୍କୁ ଅବାଧ ବିଦ୍ୟୁତ ଯୋଗାଣ ନିମନ୍ତେ ପୃଥକ ଏଗ୍ରିକଲ୍ଚର ଫିଡରରୁ ବିଦ୍ୟୁତ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗାଇସିଲେଟ୍ ବ୍ଲକରେ ୩ଟି ନୂଆ ଆରଆଇ ସର୍କଲ ସ୍ଥାପନା, ବିଜେପୁର ବ୍ଳକ ତଲପଦରରେ ନୂଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନା, ଆସନ୍ତା ସପ୍ତାହକ ମଧ୍ୟରେ ନିର୍ବାଚନମଣ୍ଡଳୀର ସମସ୍ତ ହସ୍ପିଟାଲରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ଛଡା ବିଜେପୁରରେ ଏକ ନୂଆ ସରକାରୀ ଆଇଟିଆଇ ସମେତ ୪ଟି ନୂଆ ସଡକ ମାର୍ଗର ଉନ୍ନତି କରଣ ମଧ୍ୟ କରାଯିବ।

ସେହିପରି ବିଜେପୁର ଓ ବରପାଲି ଏନଏସିର ଭିତ୍ତିଭୂମି ବିକାସ ନିମନ୍ତେ ୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜଳ ଯୋଗାଣ, ରାସ୍ତା ଆଲୋକୀକରଣ, ଟାଉନହଲ, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ମାର୍କେଟ କମ୍ପ୍ଲେକ୍ସ, ପାର୍କ ଆଦି ବିକଶିକ କରିବାକୁ ମଧ୍ୟ ନିଷ୍ପତି ହୋଇଛି । ଏହି ସମସ୍ତ କାର୍ଯ୍ୟ ଆଗାମୀ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ।

   Related Posts