ନିଖିଲଙ୍କଠାରୁ ଅଲଗା ହେବା ପରେ ନୂସରତଙ୍କ ମଥାରେ ସିନ୍ଦୁର ଦେଖି ଭଡକିଲେ ୟୁଜର୍ସ : କହିଲେ ଯଦି ବିବାହ ବୈଧ ନୁହେଁ ତେବେ କାହିଁକି ଏ ଡ୍ରାମା ?

Published By : Prameya-News7 Bureau | June 23, 2021 IST

ପଶ୍ଚିମବଙ୍ଗ ୨୩/୬ : ପଶ୍ଚିମବଙ୍ଗର ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ବିବାହ ବିଷୟରେ ସେ ଏପରି ଖୁଲ୍ଲାସା କରିଥିଲେ ଯାହାକି ସମସ୍ତଙ୍କୁ ଚମକାଇ ଦଇଥିଲା । ସେବେଠାରୁ ସେ ସର୍ବଦା ଖବରର ଶୀର୍ଷରେ ରହିଆସୁଛନ୍ତି । ଯେତେବେଳେ ନୁସରତ ସୋସିଆଲ ମିଡିଆରେ ଏକ ଫଟୋ କିମ୍ବା ଭିଡିଓ ସେୟାର କରନ୍ତି, ସେତେବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରନ୍ତି ।

wp:gallery {"ids":[469948],"linkTo":"none"} /wp:gallery

କିଛି ଲୋକ କ୍ରମାଗତ ଭାବରେ ଅଭିନେତ୍ରୀଙ୍କୁ ତାଙ୍କ ବିବାହ ଏବଂ ସନ୍ତାନ ବିଷୟରେ ପ୍ରଶ୍ନ କରୁଛନ୍ତି । ନୂସରତ ଜାହାନ ପ୍ରତିଦିନ କିଛି ପୋଷ୍ଟ ସେୟାର କରନ୍ତି । ନିକଟରେ ଅଭିନେତ୍ରୀ ବେବି ବମ୍ପ ସହ ଫଟୋ ସେୟାର କରିଥିଲେ । ବର୍ତ୍ତମାନ ନୂସରତ ଜାହାନ ଏକ ବିଜ୍ଞାପନ କରିବା ସମୟରେ ଫଟୋକୁ ନିଜ ଇନଷ୍ଟାରେ ସେୟାର କରିଥିଲେ । ଯେଉଁଥିରେ ନୂସରତ ଜାହାନ ଏକ ଗର୍ଭନିରୋଧକ ଔଷଧର ବିଜ୍ଞାପନର ନଜର ଆସିଛନ୍ତି ।

ଏହି ଫଟୋରେ ଦେଖିବାକୁ ମିଳିଛି ନୂସରତ ନିଜ ମଥାରେ ସିନ୍ଦୁର ପିନ୍ଧିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କର ଫ୍ୟାନ୍ସ ଫଲୋଅର ତଥା ୟୁଜର୍ସମାନେ ଖୁବ ଭଡକିଛନ୍ତି । ଏଥିପାଇଁ ତାଙ୍କୁ ଅନେକ କଥା ବି ଶୁଣିବାକୁ ମିଳିଛି । କିଛି କିଛି ଲୋକେ ତାଙ୍କୁ ପ୍ରଶ୍ନ କରିଛନ୍ତି ଯଦି ବିବାହ ବୈଧ ନୁହେଁ ତାହେଲେ ଏ ଡ୍ରାମା କାହିଁକି । ଆପଣ ଯଦି ସ୍ୱାମୀଙ୍କଠାରୁ ଅଲଗା ରହୁଛନ୍ତି ସିନ୍ଦୁର ପିନ୍ଧୁଛନ୍ତି କାହିଁକି ? ଏ କଣ ସିନ୍ଦୁରର ଅପମାନ ନୁହେଁ କି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.