Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ରାଜନୀତି ମଇଦାନରେ ଢେର କସରତ କରୁଛନ୍ତି ବିଗତ ଦିନର ଏହି ହଟ୍ ଅଭିନେତ୍ରୀ, ଦେଖନ୍ତୁ ଫଟୋ

26/03/2019 at 4:19 PM

କୋଲକାତା୨୬|୩: ପଶ୍ଚିମବଙ୍ଗ ନିର୍ବାଚନରେ ଟଲିଉଡ ଷ୍ଟାର ମଇଦାନକୁ ଓହ୍ଲାଇଛନ୍ତି। ତେବେ ବିଜେପିକୁ ଟକ୍କର ଦେବା ପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଟଲିଉଡ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରାଜନୀତିକୁ ଆଣିଛନ୍ତି। ନୁସରତ ଟିଏମସି ଟିକେଟ୍‌ ଦ୍ୱାରା ମଇଦାନକୁ ଆସିଛନ୍ତି। ନୁସରତ ଜହାଁ ମଡଲିଂଗ କରି ଟଲିଉଡରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।

ହେଲେ ଏହି ନୂଆ ପ୍ରଫେସନରେ ହିଟ୍‌ ହେବା ପାଇଁ ନୁସରତ ଜହାଁ ଜୋର ସୋର୍‌ରେ କସରତ କରୁଛନ୍ତି। ନେତ୍ରୀ ନୁସରତ ଜହାଁ ନିଜର ପରିଧାନ ଶୈଳୀ ବଦଳାଇଛନ୍ତି। ଟଲିଉଡର ହଟ୍‌ ଷ୍ଟାରଙ୍କୁ ଅଧିକାଂଶ ସମୟରେ ଏବେ ଶାଢୀ ଓ ଲମ୍ୱା ହାତ ବ୍ଲାଉଜରେ ଦେଖିବାକୁ ମିଳୁଛି। ନିର୍ବାଚନ ପ୍ରଚାର ସମୟରେ ଖରାରେ କଳା ନପଡିବା ପାଇଁ ସେ ସନସ୍କ୍ରିନ ବ୍ୟବହାର କରୁଛନ୍ତି। ନିଜ ସେଲିବ୍ରିଟି ଲୁକ୍‌ ତ୍ୟାଗ କରି ସେ ଏବେ ଜଣେ ନେତ୍ରୀ ହେବାର ପ୍ରସ୍ତୁତି କରୁଛନ୍ତି।

ବସିରହାଟ ସରବେରିଆରେ ସେ ଅନେକ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଭାତ, ଡାଲି ଓ ମାଛ ଭଜା ଆନନ୍ଦରେ ଖାଉଥିବା ଦେକିବାକୁ ମିଳୁଛି। ନୁସରତ କହିଥିଲେ ଯେ, ଏହା କୌଣସି ଭୂମିକା ନୁହଁ ଯେଉଥିପାଇଁ ସେ ଅଭିନୟ କରିବେ। ସେ ଜାଣିଶୁଣି ତାଙ୍କ ଲୁକ୍‌ ପରିବର୍ତ୍ତନ କରିଛନ୍ତି କାରଣ ଏବେ ସେ ରାଜନୀତିରେ ଅଛନ୍ତି। ଶାଢୀ ପିନ୍ଧିବା ତାଙ୍କ ପାଇଁ କିଛି କଷ୍ଟ କାମ ନୁହଁ। ତାଙ୍କୁ ଶାଢୀ ପିନ୍ଧିବା ବହୁତ ପସନ୍ଦ।

ଅଧିକ ଖରା ହେଉଥିବାରୁ ସେ ଲମ୍ୱା ହାତ ବ୍ଲାଉଜ  ପିନ୍ଧୁଛନ୍ତି ବୋଲି ନୁସରତ କହିଥିଲେ । ଅସମ୍ଭାଳ ଖରା, ଗରମ ଓ ଧୁଳି ପାଇଁ ପ୍ରଚାର ସମୟରେ ସ୍ୱାସ୍ଥ ଲାଗି ସେ ଅନେକ ଉପଚାର କରୁଛନ୍ତି। ଖରାରୁ ରକ୍ଷା ପାଇବା ପାଇଁ ସେ ଭଲ କ୍ୱାଲିଟିର ସନସ୍କ୍ରିନ, ଆଇଲାଇନର, ମସକରା ବ୍ୟବହାର କରୁଛନ୍ତି। ଅଧିକ ଖରା ହେଉଥିବାରୁ ସେ ନ୍ୟୁଡ କଲରର ଲିପଷ୍ଟିକ୍‌ ବ୍ୟବହାର କରୁଛନ୍ତି।

ଏହା ଛଡା ସେ ଆଉ କିଛି ମେକ୍‌ଏପ କରୁନାହାନ୍ତି। କେବଳ ସେତିକି ନୁହଁ ଏବେ ହାଇହିଲ୍‌ର ଜୋତା ମଧ୍ୟ ପିନ୍ଧୁନାହାନ୍ତି ନୁସରତ।  ତେବେ ଜିମ୍‌ ଯିବା ଓ ବ୍ୟାୟାମ କରିବା ଛାଡିନାହାନ୍ତି ନୁସରତ କାରଣ ଏହା ତାଙ୍କୁ ସୁସ୍ଥ ରଖୁଛି ଓ ପ୍ରଚାର କରିବା ପାଇଁ ଏନର୍ଜି ଦେଉଛି। ସେ ପ୍ରତିଦିନ ଭାତ ଖାଉଛନ୍ତି କାରଣ ଏହା ଦ୍ୱାରା ତାଙ୍କ ଚେହେରା ଗ୍ଲୋ କରିବ।  

   Related Posts