Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ନୁସ୍‌ରତଙ୍କ ବଡ଼ ଖୁଲାସା, କହିଲେ- ବିବାହ ନୁହେଁ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ଥିଲୁ…

9/06/2021 at 5:33 PM

କୋଲକାତା, ୦୯/୦୬: ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜହାଁ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବା ଖବର ଉପରେ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଓ ନିଖିଳ ଜୈନଙ୍କ ବିବାହ ତୁର୍କୀ ଆଇନ ଅନୁସାରେ ହୋଇଥିଲା । ଏହି ବିବାହ ଆଇନ ଅନୁଯାୟୀ ଭାରତରେ ବୈଧ ନୁହେଁ । ନୁସରତ ଗତ ୬ ମାସ ହେଲା ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ଜଣାପଡିଛି । ନୁସରତ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡିଛି କିନ୍ତୁ ତାଙ୍କ ସ୍ୱାମୀ ନିଖିଳ ଏ ସମ୍ପର୍କରେ କିଛି ଜାଣିନାହାନ୍ତି ।

ନୁସରତ ୨୦୧୯ରେ ନିଖିଳ ଜୈନଙ୍କ ସହ ଡେଷ୍ଟିନେସନ ୱେଡିଙ୍ଗ କରିଥିଲେ । ନୁସରତ ନିଜ ବାହାଘର ଓ ଏହି ସମ୍ବନ୍ଧରେ ହେଉଥିବା ଗୁଜବ ଉପରେ ନିଜ ବୟାନ ଜାରି କରିଛନ୍ତି । ନୁସରତ ନିଖିଳ ଜୈନଙ୍କ ସହ ନିଜ ବିବାହକୁ ଅମାନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ତୁର୍କୀ ବିବାହ ନିୟମ ଅନୁଯାୟୀ ବିଦେଶ ମାଟିରେ ଆୟୋଜିତ ହୋଇଥିବାରୁ ଏହି ବାହାଘର ଅବୈଧ । ତାଛଡା ଯେହେତୁ ଅନ୍ୟ ଧର୍ମରେ ବିବାହ ହୋଇଥିଲା, ଭାରତର ସ୍ପେଶାଲ ମେରେଜ ଆକ୍ଟରେ ବୈଧ ହେବା ଜରୁରୀ, ଯାହା ହୋଇନାହିଁ । ଆଇନ ଅନୁଯାୟୀ ଏହି ବାହାଘର ବୈଧ ନୁହେଁ । ବରଂ ଏହା ଏକ ଲିଭ-ଇନ-ରିଲେସନସିପ । ସେଥିପାଇଁ ତଲାକ ବା ଛାଡପତ୍ର ହେବାର ପ୍ରଶ୍ନ ହିଁ ଉଠୁନି ।

ନୁସରତ କହିଛନ୍ତି ଯେ ସେ ବହୁ ଆଗରୁ ଅଲଗା ହୋଇସାରିଛନ୍ତି କିନ୍ତୁ ସେ ଏ ସମ୍ପର୍କରେ ମୁହଁ ଖୋଲିନଥିଲେ । କାରଣ ସେ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ ରଖିବାକୁ ଚାହୁଁଥିଲେ । ଲୋକେ ଯେଉଁ ବାହାଘର କଥା ହେଉଛନ୍ତି ତାହା ବୈଧ ନୁହେଁ, ଆଇନ ଅନୁଯାୟୀ ମଧ୍ୟ ବୈଧ ନୁହେଁ ବୋଲି ସେ କହିଛନ୍ତି ।

ଏହି ବୟାନରେ ନୁସରତ ଆଉ ଗୋଟିଏ କଥା ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପରିବାରର ଖର୍ଚ୍ଚ, ଭଉଣୀର ପାଠ ପଢା ଖର୍ଚ୍ଚ ଓଏ ନାଁ ସମସ୍ତ ଆବଶ୍ୟକ ଖର୍ଚ୍ଚ ସେ ନିଜେ ହିଁ ପୁରା କରୁଛନ୍ତି । ଏଥିପାଇଁ ସେ କାହାଠାରୁ ଟଙ୍କା ନିଅନ୍ତିନି । କିଛି ଖବରରେ କୁହାଯାଇଥିଲା ଯେ ନୁସରତ ନିଜ ସ୍ୱାମୀ ନିଖିଳଙ୍କ ଠାରୁ ଖର୍ଚ୍ଚ ପାଇଁ ଟଙ୍କା ଆଣନ୍ତି । ସେ କହିଛନ୍ତି, ‘ଯିଏ ନିଜେ ଧନୀ ବୋଲି କହିଛି ଓ ମୁଁ ତାକୁ ବ୍ୟବହାର କରିଛି ବୋଲି କହିଛି, ସେ ଆମେ ଅଲଗା ହେବାପରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ବେଆଇନ ଭାବେ ରାତାରାତି ଟଙ୍କା ଉଠାଇଛି । ଏଥିପାଇଁ ମୁଁ ଖୁବ ଶୀଘ୍ର ଥାନାରେ ଅଭିଯୋଗ ମଧ୍ୟ କରିବି ।’ ନୁସରତ ନିଜ ସ୍ୱାମୀ ନିଖିଳ ବିରୋଧରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବା ଓ ତାଙ୍କ ବିନା ଅନୁମତିରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ଆରୋପ ଲଗାଇଛନ୍ତି ।

   Related Posts