ନୁସରତ ଜହାଁଙ୍କ ବିବାଦୀୟ ବୟାନ-'ବିଜେପି କରୋନା ଭାଇରସଠୁ ବି ଆହୁରି ଭୟଙ୍କର, କ୍ଷମତାକୁ ଆସିଲେ ମୁସଲମାନଙ୍କ ଓଲଟା ଗଣତି ଆରମ୍ଭ'

Published By : Prameya-News7 Bureau | January 15, 2021 IST

କୋଲକାତା ୧୫/୦୧ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବସିରହାଟ ସାଂସଦ ନୁସରତ ଜହାଁଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ଟିଏମସି ସାଂସଦ ନୁସରତ ଜହାଁ ବିଜେପିକୁ କରୋନା ଭାଇରସରୁ ବି ଭୟଙ୍କର ବୋଲି କହିଛନ୍ତି। ସେ କହିଛନ୍ତି, ବିଜେପି ହିନ୍ଦୁ-ମୁସଲମାନ ମଧ୍ୟରେ ଦଙ୍ଗା କରାଉଛି। ଯଦି ବିଜେପି କ୍ଷମତାକୁ ଆସେ ତାହେଲେ ମୁସଲମାନମାନଙ୍କ ଓଲଟା ଗଣତି ଆରମ୍ଭ ହୋଇଯିବ।

ନୁସରତ ଜହାଁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାର ମୁସଲିମ ବହୁଳ ଅଞ୍ଚଳ ଦେଗଙ୍ଗାରେ ନିର୍ବାଚନ ପ୍ରଚାର ସମୟରେ ବିଜେପିକୁ ନେଇ ଏହିଭଳି ବିବାଦୀୟ ବୟାନ ଦେଇଛନ୍ତି।

ନୁସରତ କହିଛନ୍ତି, ଆପଣମାନେ ଆଖି ଖୋଲା ରଖିଥାନ୍ତୁ, ବିଜେପି ଭଳି ଭୟଙ୍କର ଭାଇରସ ବୁଲୁଛି। ଏହି ଭାଇରସ ଦଳ ଦଳ ମଧ୍ୟରେ ଓ ଧର୍ମ ମଧ୍ୟରେ ଭେଦଭାବ ଓ ମଣିଷ-ମଣିଷ ମଧ୍ୟରେ ଦଙ୍ଗା କରାଉଛି।

ନୁସରତ ଜହାଁଙ୍କ ଏହି ବୟାନ ପରେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲାବୀୟ ଟିଏମସି ଉପରେ ମୁସଲିମ ତ୍ରୁଷ୍ଟିକରଣ ଆରୋପ ଲଗାଇଛନ୍ତି। ଅମିତ ମାଲାବୀୟ ଟ୍ୱିଟ କରି କହିଛନ୍ତି ପଶ୍ଚିମବଙ୍ଗରେ ଭ୍ୟାକସିନକୁ ନେଇ ସବୁଠାରୁ ଖରାପ ରାଜନୀତି ହେଉଛି। ଏହା ପୂର୍ବରୁ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ସିଦ୍ଧିକୁଲା ଚୌଧୁରୀ ଭ୍ୟାକସିନ ଟ୍ରକକୁ ଅଟକାଇ ଦେଇଥିଲେ। ଏବେ ପୁଣି ଟିଏମସି ସାଂସଦ ନିର୍ବାଚନ ପ୍ରଚାରରେ କରୋନା ଭାଇରସର ତୁଳନା ବିଜେପି ସହ କରୁଛନ୍ତି। କିନ୍ତୁ ପିସି ଚୁପ ଅଛନ୍ତି, କାହିଁକି ? ତ୍ରୁଷ୍ଟିକରଣ ?

wp:embed {"url":"https://twitter.com/amitmalviya/status/1349926961397772288","type":"rich","providerNameSlug":"twitter","responsive":true,"className":""}
https://twitter.com/amitmalviya/status/1349926961397772288
/wp:embed

ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। ସବୁ ଦଳ ଜୋରସୋରରେ ପ୍ରଚାର ଅଭିଯାନରେ ଲାଗିଛନ୍ତି। ଏପରିକି ବିଭିନ୍ନ ଦଳ ପରସ୍ପର ପ୍ରତି ଆରୋପ-ପ୍ରତ୍ୟାରୋପ ମଧ୍ୟ ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.