Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କାଶ୍ମୀର ଲୁକ୍‌ରେ ନଜର ଆସିଲେ ନୁସରତ, ସମ୍ପର୍କର ପେଡି ଖୋଲୁଛନ୍ତି ଅଭିନେତ୍ରୀ…

31/10/2021 at 8:54 AM

ମୁମ୍ବାଇ ୩୧।୧୦  : ବଙ୍ଗୀୟ ଅଭିନେତ୍ରୀଙ୍କ ତଥା ଟିଏମସି ସାଂସଦ ନୂସରତ ଜାହାଁ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି । ବିଶେଷ କରି ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍ ଥାନ୍ତି । ଏହି ସମୟରେ ଅଭିନେତ୍ରୀ ବର୍ତ୍ତମାନ କାଶ୍ମୀରର ସୁନ୍ଦର ଉପତ୍ୟକାକୁ ଉପଭୋଗ କରୁଛନ୍ତି । ସେ ତାଙ୍କ ପ୍ରେମିକ ୟଶ ଦାସଗୁପ୍ତଙ୍କ ସହ ଛୁଟିଦିନ ଉପଭୋଗ କରିବାକୁ ସେଠାରେ ପହଞ୍ଚିଛନ୍ତି ।

ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ନୂସରତ କାଶ୍ମୀରର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ ଗୁଡିକ ସେୟାର୍ କରିବାବେଳେ ସେ କହିଥିଲେ ଯେ ଏହାକୁ ୟଶ ଦାସଗୁପ୍ତା କ୍ଲିକ୍ କରିଛନ୍ତି । ନୁସରତ୍‌ ପୋଷ୍ଟ କରିବା ମାତ୍ରେ ଏହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଲା।

ଫଟୋ ଗୁଡ଼ିକରେ, ନୁସରତ ଫୁଲ ସହିତ ହସୁଥିବା ନଜର ଆସିଛନ୍ତି । କାଶ୍ମୀରର ପୋଷାକରେ ନୁସରତଙ୍କୁ ଖୁବ୍‌ ସୁନ୍ଦର ଦେଖା ଯାଉଥିବା ବେଳେ ଦୁହେଁ ସେଠାରେ ତାଙ୍କ ଛୁଟି ଉପଭୋଗ କରୁଛନ୍ତି ହେଲେ ଦୁହେଁ ବର୍ତ୍ତମାନ ସମ୍ପର୍କର ପେଡି ବୋଧ ହୁଏ ଖୋଲୁଛନ୍ତି । ପ୍ରାୟତଃ ଏବେ ଦୁହେଁ ବୁଲୁଛନ୍ତି , ଏକାଠି ଛୋଟ ଛାଡୁଛନ୍ତି । ମା ହେବା ପରେ ନୁସରତ ୟଶଙ୍କ ଜନ୍ମଦିନରେ ମଧ୍ୟ ଏକାଠି କେକ୍‌ କାଟିଥିବାର ଫଟୋ ଛାଡିଛନ୍ତି ।  ସମସ୍ତେ ବୋଧ ହୁଏ ଜାଣି ସାରିଲେ ଦୁହେଁ ଧୀରେ ଧୀରେ ସମ୍ପର୍କ କୁ ନେଇ କିଛି କହୁଛନ୍ତି ।

   Related Posts