ନିଖିଲଙ୍କ ସହ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ନୁସରତ , କହିଲେ- ମୋ ବାହାଘର ପାଇଁ ଟଙ୍କା ଦେଇ ନାହାନ୍ତି...

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଳୀ ୧୨।୧୧ :  ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ତାଙ୍କ ବୈବାହିକ ସ୍ଥିତିକୁ ନେଇ ଦୀର୍ଘ ଦିନ ଧରି ତାଙ୍କ ପର୍ସନାଲ ଲାଇଫ ସହ ଜଡିତ କିଛି ବିବାଦରେ ଛନ୍ଦି ହୋଇଥିଲେ । ହେଲେ ବର୍ତ୍ତମାନ ନିଜର ବିବାହ ଓ ବିଚ୍ଛେଦକୁ ନେଇ ବିବାଦରେ ଥିବା ନୁସରତ ମୁହଁ ଖୋଲିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏ ସମ୍ପର୍କରେ ନିଜର ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ସେ ସଂସଦଙ୍କୁ ଦେଇ ସାରିଥିବା ମଧ୍ୟ କହିଛନ୍ତି।

୨୦୧୯ ମସିହା ଜୁନ୍‌ ୧୯ରେ ନୁସରତ ବ୍ୟବସାୟୀ ନିଖିଲ ଜୈନଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ୨୦୨୦ ନଭେମ୍ବର ଠାରୁ ଉଭୟ ଅଲଗା ହୋଇଯାଇଥିଲେ। ତେବେ ତୁର୍କୀ ଆଇନ ଅନୁସାରେ ତାଙ୍କର ବିବାହ ହୋଇଥିବାରୁ ଭାରତରେ ଏହା ବୈଧ ନୁହେଁ। ତେଣୁ ଛାଡ଼ପତ୍ରର ପ୍ରଶ୍ନ ଉଠୁନି। ଉଭୟ ଆପେ ଆପେ ଅଲଗା ହୋଇଯାଇଥିଲେ। ପରେ ନୁସରତ ଗୋଟିଏ ପୁତ୍ରକୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ପଞ୍ଜିକରଣ ବେଳେ ନୁସରତ ତାଙ୍କ ସ୍ୱାମୀ ଭାବେ ୟଶ ଦାସଗୁପ୍ତାଙ୍କ ନାଁ ଲେଖିଛନ୍ତି।

wp:html
/wp:html

ଏବେ ବାହାଘରକୁ ନେଇ ବିବାଦ ସମ୍ପର୍କରେ ତାଙ୍କୁ ପଚାରା ଯିବାରୁ ନୁସରତ କହିଛନ୍ତି ଯେ “ସେମାନେ(ନିଖିଲ ଓ ତାଙ୍କ ପରିବାର) ମୋ ବାହାଘର ପାଇଁ ଟଙ୍କା ଦେଇ ନାହାନ୍ତି। ହୋଟେଲ ବିଲ୍‌ ବାବଦରେ ମଧ୍ୟ ଟଙ୍କାଟିଏ ମିଳିନି। ଏଥିସହ ନିଖିଲଙ୍କ ପାଖରେ ତାଙ୍କ ସୁନା ଅଳଙ୍କାର ଓ ଟଙ୍କା ସବୁ ରହିଛି  ଏହା ସହ ବିବାହ ପାଇଁ ଟଙ୍କା ମଧ୍ୟ ଦେଇ ନଥିଲେ। ମୁଁ ସେମାନଙ୍କୁ କିଛି ବି କହିବାକୁ ଚାହୁଁନି। ମୁଁ ସତ ପଥରେ ରହିଛି। ମୋତେ ଭୁଲ ଭାବେ ଚିତ୍ରଣ କରାଗଲା ଓ ମୁଁ ଏହା ଉପରେ ସ୍ପଷ୍ଟୀକରଣ ଦେଉଛି। ଅନ୍ୟକୁ ଦୋଷ ଦେବା ଓ ଖରାପ ଭାବେ ଉପସ୍ଥାପନ କରିବା ବେଶ ସହଜ। ପୂରା ବିବାଦ ମଧ୍ୟରେ ମୁଁ କାହାକୁ ବି ନିଚ୍ଚା କରି ଦେଖାଇ ନାହିଁ।” ତେବେ ଏହାକୁ ନେଇ ଏତେ କଣ୍ଟ୍ରୋଭର୍ସି କେଉଁଥି ପାଇଁ ? ଏହା କହିବା ପରେ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା।

wp:html
/wp:html

ନୁସରତ ଜାହାନ ରାଜନୀତି ବିଷୟରେ ମଧ୍ୟ ନିଜର ମତ ରଖିଛନ୍ତି। ଏଥିସହ ସେ ସଂସଦର ଶୀତ ଅଧିବେଶନରେ ଯୋଗଦେବେ ବୋଲି ମଧ୍ୟ କହିଛନ୍ତି। ନିକଟରେ ତାଙ୍କ ବନ୍ଧୁ ସ୍ରବନ୍ତୀ ଚାଟାର୍ଜୀ ବିଜେପି ଛାଡ଼ିଛନ୍ତି। ଏହା ଉପରେ ସେ କହିଛନ୍ତି, “ମୁଁ କେବେ ହେଲେ କାହାକୁ କୌଣସି ରାଜନୈତିକ ପରାମର୍ଶ ଦେଇନି। ମୁଁ ସ୍ରବନ୍ତୀ କିମ୍ବା ୟଶଙ୍କୁ ରାଜନୈତିକ ପରାମର୍ଶ ଦେବିନାହିଁ। କାରଣ ସେମାନେ କେବେ ହେଲେ ମୋ ସହ ରାଜନୈତିକ ବିଷୟରେ କଥା ହୁଅନ୍ତି ନାହିଁ। ସେମାନେ ନିଜ ଇଚ୍ଛାରେ ସବୁ କିଛିର ନିଷ୍ପତ୍ତି ନେବେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.