Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ୟଶ ଦାସସୁପ୍ତାଙ୍କୁ ବିବାହ କରିସାରିଛନ୍ତି କି ନୁସରତ ? ଜନ୍ମଦିନ କେକ୍‌ରେ ଖୁଲାସା

11/10/2021 at 3:37 PM

କୋଲକାତା ୧୧/୧୦ : ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ ନିକଟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।  ପ୍ରଥମେ ନିଖିଳ ଜୈନଙ୍କ ସହ ପ୍ରେମ, ତାପରେ ବିବାହ ପୁଣି ବିବାହ ବିଚ୍ଛେଦକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନୁସରତ ବଙ୍ଗାଳି ଅଭିନେତା ୟଶ ଦାସସୁପ୍ତାଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହେବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଅକ୍ଟୋବର ୧୦ ତାରିଖରେ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ନୁସରତ ଜହାଁ ସୋସିଆଲ ମିଡ଼ିଆରେ ୟଶଙ୍କ ଜନ୍ମଦିନ ପାଳନର କିଛି ଫଟୋ ସେୟାର କରିଛନ୍ତି ଯାହାକୁ ଦେଖି ଲୋକେ ଅନୁମାନ କରୁଛନ୍ତି ଯେ ଦୁହେଁ ବିବାହ କରିଛନ୍ତି।

ନୁସରତ ଜହାଁ କିଛି ଦିନ ପୂର୍ବରୁ ନିଜ ପୁଅର ବାପା ନାଁ ଖୁଲାସା କରିଥିଲେ। ସେ କହିଥିଲେ ଯେ ତାଙ୍କ ପୁଅର ବାପା ଆଉ କେହି ନୁହେଁ ୟସ ଦାସଗୁପ୍ତା। ବର୍ତ୍ତମାନ ସୁଦ୍ଧା ଲୋକେ ଭାବୁଥିଲେ ଯେ ଦୁହେଁ ବିବାହ କରିନାହାନ୍ତି। କିନ୍ତୁ ୟଶଙ୍କ ଜନ୍ମଦିନ ପାଳନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଫଟୋ ଦେଖି ସୋସିଆଲ ମିଡ଼ିଆ ୟୁଜର୍ସ ଅନୁମାନ କରୁଛନ୍ତି ଯେ ଦୁହେଁ ବିବାହ କରିସାରିଛନ୍ତି। ନୁସରତ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ଗୋଟିଏ କେକରେ Husband ଓ Father ଲେଖାଯାଇଛି।

ସେ ୟଶଙ୍କ ସହିତ ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି। ଦୁହେଁ ଡାଇନିଂ ଟେବୁଲରେ ବସିଛନ୍ତି। ବିଳମ୍ବିତ ରାତିରେ ନୁସରତ ୟଶଙ୍କୁ ଟ୍ରିଟ ଦେଇ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି। ତେବେ ଦୁହେଁ ନିଜ ବିବାହକୁ ନେଇ ଏବେ ସୁଦ୍ଧା କିଛି ଖୁଲାସା କରି ନାହାନ୍ତି।

   Related Posts