Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମାଆ ହେବା ପରେ ପ୍ରଥମ ଥର ପାର୍ଟିରେ ନଜର ଆସିଲେ ନୁସରତ୍ : ପିଲାର ବାପାକୁ ନେଇ ନୁସରତ୍‌ କହିଲେ ଏଭଳି କଥା

12/09/2021 at 11:30 AM

ମୁମ୍ବାଇ ୧୨/୦୯ :ଅଭିନେତ୍ରୀ ତଥା ତୃଣ ମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଅଗଷ୍ଟ ୨୮ରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ସେ ତାଙ୍କ ପୁଅର ନାମ ଇଶାନ ରଖିଛନ୍ତି। ସେବେଠାରୁ ପ୍ରଶଂସକମାନେ ନିଜ ସନ୍ତାନର ପିତାଙ୍କ ନାମ ଜାଣିବା ପାଇଁ ଖୁବ୍ ଇଛୁକ ଅଟନ୍ତି। ନିକଟରେ ନୁସରତ ଏକ ପାର୍ଟିରେ ଦେଖାଦେଇଥିଲେ । ଯେଉଁଠାରେ ଲୋକମାନେ ତାଙ୍କୁ ପଚାରିଥିଲେ, ‘ତୁମେ ତୁମର ପୁଅର ପ୍ରଥମ ଫଟୋ କେବେ ଛାଡ଼ିବ?

jagaran.com

କେବଳ ସେତିକି ନୁହେଁ ନୁସରତଙ୍କୁ ଆହୁରି ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା। ଲୋକମାନେ ତାଙ୍କ ପିଲାର ବାପା ବାବଦରେ ମଧ୍ୟ ପ୍ରଶ୍ନ କରିଥିଲେ। ନୁରସତ ଉତ୍ତର ଦେଇଥିଲେ ଯେ ‘ ପିଲାକୁ ଜଣା ଅଛିକି ବାପା କିଏ , ବାପାକୁ ଜଣା ଅଛି ପିଲା କାହାର । ଏହା ସହ ସେ କହିଛନ୍ତି  କି ଆମେ ଆମ ପୁଅର ଲାଳନ ପାଳନ କରିବାକୁ ବହୁତ ଭଲ ଲାଗୁଛି । ମୁଁ ଓ ୟଶ  ବର୍ତ୍ତମାନ ବହୁତ ଭଲ ସମୟ କଟାଉଛୁ।

ଅଗଷ୍ଟରେ ୨୬ରେ ନୁସରତ ଜାହାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ୨ ଦିନ ପରେ ୨୮ ଅଗଷ୍ଟରେ ସେ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। ତେବେ ରିପୋର୍ଟ ଅନୁଯାୟୀ, ଯେତେବେଳେ ଅଭିନେତ୍ରୀ ଡାକ୍ତରଖାନାରେ ରହିଥିଲେ, ସେତେବେଳେ ତାଙ୍କ ପ୍ରେମିକ ୟସ ଦାସ ଗୁପ୍ତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏନେଇ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ଅଭିନେତ୍ରୀ ୟସଙ୍କୁ ତାଙ୍କ ସହିତ ଅପରେସନ ଥିଏଟରରେ ରହିବାକୁ ଅନୁମତି ଦେବାକୁ ଡାକ୍ତରଖାନା ଅନୁରୋଧ କରିଥିଲା। ନୁସରତ ଜାହାନଙ୍କଠାରୁ ଅଲଗା ହୋଇଥିବା ନିଖିଲ ଜୈନ ମଧ୍ୟ ଅଭିନେତ୍ରୀ ଓ ନବଜାତ ଶିଶୁର ଶୁଭ କାମନା କରିଥିଲେ।  ନିଖିଲ କହିଥିଲେ, ‘ଆମ ମଧ୍ୟରେ ପାର୍ଥକ୍ୟ ଥାଇପାରେ, ତଥାପି ମୁଁ ନବଜାତ ଶିଶୁ ଓ ମାଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ

   Related Posts