ଫିଲ୍ମ ମାଧ୍ୟମରେ କରୋନା ସଚେତନତା :ରିଲିଜ ହେଲା ସାଂସଦ ନୁସରତ ଜାହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କ କରୋନା ଭାଇରସକୁ ନେଇ ନିର୍ମିତ ଶର୍ଟ ଫିଲ୍ମ

Published By : Prameya-News7 Bureau | April 15, 2020 IST

କୋଲକାତା ୧୫/୪: କରୋନା ଭାଇରସ୍ ବିରୁଦ୍ଧରେ ଦେଶବ୍ୟାପି ଯୁଦ୍ଧ ଚାଲିଛି। ସାଧାରଣ ଜନତାଠୁ ଆରମ୍ଭ କରି ସେଲିବ୍ରିଟିସ ଏହି ଯୁଦ୍ଧରେ ନିଜ ନିଜ ଉପାୟରେ ଯୋଗଦାନ କରୁଛନ୍ତି। ଏବେ ସାଂସଦ ଏବଂ ଅଭିନେତ୍ରୀ ନୁସରତ ଜାହାଁ ଏବଂ ମିମି ଚକ୍ରବର୍ତ୍ତୀ ଏକ ଶର୍ଟ ଫିଲ୍ମ ଆଣିଛନ୍ତି,ଯାହା କରୋନା ଭାଇରସ୍ ଲକଡାଉନରେ ମାନବୀୟ ଦୃଷ୍ଟିକୋଣ ଉପରେ ଆଧାରିତ ହୋଇଛି।

wp:core-embed/youtube {"url":"https://www.youtube.com/watch?time_continue=774\u0026v=3AKKqJZkZsY\u0026feature=emb_title","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?time_continue=774&v=3AKKqJZkZsY&feature=emb_title
/wp:core-embed/youtube

‘ଝଡ଼ ଥେମେ ଯାବେ ଏକ ଦିନ’ ନାମକ ଶର୍ଟ ଫିଲ୍ମର ନିର୍ମାର କ୍ୟାମୋଲିଆ ଫିଲ୍ମ ପ୍ରଡକ୍ସନ୍ କରିଛି। ଖାସ୍ କଥା ହେଉଛି ଏହା ଯେ ଫିଲ୍ମର କନସେପ୍ଟ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର। ସେ ଏହା ପାଇଁ ଗୀତ ଲେଖିଛନ୍ତି। ଏହାର ନିର୍ଦେଶନା ଅରିନ୍ଦମ୍ ସିଲ୍ ଦେଇଛନ୍ତି। ସଙ୍ଗୀତ ବିକ୍ରମ ଘୋଷଙ୍କର।

{"id":254507,"sizeSlug":"large"}

ଶର୍ଟ ଫିଲ୍ମରେ ନୁସରତ ଏବଂ ମିମିଙ୍କ ବ୍ୟତୀତ ବଙ୍ଗଳା ସିନେମାର ସମସ୍ତ ବଡ଼ କଳାକାର ଅଭିନୟ କରିଛନ୍ତି। ଏମାନେ ହେଲେ ପ୍ରସନ୍ନଜିତ,ଜିତ,ଅବୀର ଚାଟାର୍ଜୀ,ରିତୁପର୍ଣ୍ଣା ସେନଗୁପ୍ତା,ପରମବ୍ରତ ଚଟ୍ଟୋପାଧ୍ୟାୟ,ଶାଶ୍ବତ ଚାଟାର୍ଜୀ,ଶୁଭଶ୍ରୀ ଗାଙ୍ଗୁଲି ଭଳି କଳାକାର ସାମିଲ ଅଛନ୍ତି। ସମସ୍ତ କଳାକାର ନିଜ ନିଜ ଭାଗର ସୁଟିଂ ନିଜ ନିଜ ଘରେ କରିଛନ୍ତି। ଶର୍ଟ ଫିଲ୍ମର କାହାଣୀ ଲକଡାଉନ୍ ସମୟରେ ଏକ ରୋଗଗ୍ରସ୍ତ ବୃଦ୍ଧ ବ୍ୟକ୍ତିଙ୍କ ନିକଟରେ ସାହାଯ୍ୟ ପହଞ୍ଚାଇବା ଉପରେ ଆଧାରିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.