Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଲକଡାଉନରେ ନିଜ ପରିବାର ସହ ଘରେ ଇଦ୍ ପାଳିଲେ ନୁସରତ ଭାରୁଚା : ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

24/05/2020 at 3:31 PM

ମୁମ୍ବାଇ ୨୪/୫: ଲକଡାଉନ୍ ଯୋଗୁଁ କେତେକ ସେଲିବ୍ରିଟି କାମକୁ ମନେ ପକାଉଥିବାବେଳେ କେତେକ ସେଲିବ୍ରିଟି ନିଜ ପରିବାର ସହ ସମୟ ବିତାଇବାର ସୁଯୋଗ ପାଇଛନ୍ତି। ଅଭିନେତ୍ରୀ ନୁସରତ ଭାରୁଚା ମଧ୍ୟ ଏବର୍ଷ ନିଜ ପରିବାର ସହ ଇଦ୍ ପାଳନ କରୁଛନ୍ତି। ଏହି ଖାସ୍ ଅବସରରେ ନୁସରତ ଶୁଭେଚ୍ଛା ଦେଇ ପରିବାର ସହ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି।

View this post on Instagram

Happy Bohri Eid to all!! ✨✨ From my family to yours 🌜

A post shared by nushrat (@nushratbharucha) on

ନୁସରତ ଶନିବାର ସନ୍ଧ୍ୟାରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫ୍ୟାନଙ୍କୁ ଇନର ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି,‘ହାପି ବୋହରୀ ଇଦ୍ ଆପଣ ସମସ୍ତଙ୍କୁ। ତାଙ୍କ ପରିବାର ତରଫରୁ ସମସ୍ତଙ୍କ ପରିବାରକୁ।’ ଅଭିନେତ୍ରୀ ବୋହରା ସମ୍ପ୍ରଦାୟର ଅଟନ୍ତି ଯାହା ଯୋଗୁଁ ସେ ରବିବାର ଇଦ୍ ପାଳନ କରିଛନ୍ତି।

ସାମନାକୁ ଆସିଥିବା ଫଟୋରେ ‘ଡ୍ରିମ୍ ଗାର୍ଲ’ ଅଭିନେତ୍ରୀ ନୁସରତ ମେରୁନ୍ କୁର୍ତ୍ତି ପିନ୍ଧି ପରିବାର ସହ ନଜର ଆସିଛନ୍ତି। ସେ ଏଥିରେ ନିଜ ବିଲେଇ ସହ ମଧ୍ୟ ପୋଜ ଦେଇଛନ୍ତି। ସେ ଖୁବ୍ ଶୀଘ୍ର ରାଜକୁମାର ରାଓଙ୍କ ସହ ଫିଲ୍ମ ଛଲାଙ୍ଗରେ ନଜର ଆସିବେ। ଏହା ଜୁନ୍ ୧୨ତାରିଖରେ ରିଲିଜ ହେବ।

​‌

   Related Posts