ଥିଏଟରରେ ଦର୍ଶକଙ୍କ ମଜାକ ଉଡାଇବା ପରେ ଡିପ୍ରେସନର ଶିକାର ହୋଇଥିଲେ ଏହି ଅଭିନେତ୍ରୀ : ନେଗେଟିଭ୍ ରୋଲ ବଦଳାଇ ଦେଲା ଭାଗ୍ୟ

Published By : Prameya-News7 Bureau | May 17, 2020 IST

ମୁମ୍ବାଇ ୧୭/୦୫ : ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କ କ୍ୟାରିଅର ବର୍ତ୍ତମାନ ଶିଖରରେ ପହଞ୍ଚିଛି | ୨୦୧୯ ମସିହାରେ ତାଙ୍କର ଫିଲ୍ମ ଡ୍ରିମ ଗାର୍ଲ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା | ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ | ସେ ଜୟ ସନ୍ତୋଷୀ ମା' ଫିଲ୍ମରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ | 

{"id":271393,"width":581,"height":435,"sizeSlug":"large"}

ଜୟ ସନ୍ତୋଷୀ ମା ୨୦୦୬ ମସିହାରେ ରିଲିଜ ହୋଇଥିଲା | ଏହାପରେ ୩ ବର୍ଷ ଯାଏଁ ତାଙ୍କୁ କୌଣସି ଫିଲ୍ମ ମିଳିନଥିଲା | ଏହାପରେ ୨୦୧୦ରେ ତାଙ୍କୁ ତାଜ ମହଲ ଫିଲ୍ମରେ ଦେଖିବାକୁ ମିଳିଥିଲା | ତେବେ ଲଭ ସେକ୍ସ ଧୋକାରେ ତାଙ୍କୁ ବଡ ବ୍ରେକ ମିଳିଥିଲା | ଏହି ଫିଲ୍ମ ପାଇଁ ଯାହାକୁ ପ୍ରଥମେ ଚୟନ କରାଯାଇଥିଲା ସେ ମନା କରିଦେବାରୁ ନୁସରତଙ୍କୁ ଏହି ଫିଲ୍ମ ମିଳିଥିଲା | ସୁଟିଙ୍ଗ ମାତ୍ର ୧୦ ଦିନ ଥିଲା, ସେତେବେଳେ ଅଡିସନ ଦ୍ୱାରା ନୁସରତଙ୍କୁ ଚୟନ କରାଯାଇଥିଲା |

{"id":271394,"width":578,"height":722,"sizeSlug":"large"}

ଫିଲ୍ମ 'ପ୍ୟାର କା ପଞ୍ଚନାମା'ରେ ମଧ୍ୟ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ | 'ଆକାଶବାଣୀ' ପାଇଁ ନୁସରତ ବହୁତ ପରିଶ୍ରମ କରିଥିଲେ | ତଥାପି ଫିଲ୍ମ ଫ୍ଲପ ହୋଇଥିଲା | ଫିଲ୍ମ ରିଲିଜ ହେବାପରେ ସେ ନିଜ ଘର ଦିଲ୍ଲୀକୁ ଯାଇଥିଲେ | ତାଙ୍କ ସାଙ୍ଗମାନେ ତାଙ୍କୁ ଫିଲ୍ମ ଦେଖିଯିବାକୁ କହିଥିଲେ | ସେମାନେ ଫିଲ୍ମ ଦେଖିବାକୁ ଗଲାବେଳକୁ ଥିଏଟରରେ ବହୁତ କମ ଲୋକ ଥିଲେ | ଥିଏଟରରେ ନୁସରତଙ୍କୁ କେହି ଚିହ୍ନି ପାରିନଥିଲେ | ନୁସରତଙ୍କ ପଛରେ ବସିଥିବା ଯୁବକମାନେ ତାଙ୍କର ମଜାକ ଉଡ଼ାଇଥିଲେ | ଫଳରେ ନୁସରତ ଦୁଃଖରେ ଭାଙ୍ଗି ପଡ଼ିଥିଲେ |

{"id":271395,"width":577,"height":716,"sizeSlug":"large"}

ଏହି ଘଟଣା ପରେ ନୁସରତ ଡିପ୍ରେସନକୁ ଚାଲିଗଲେ | ସେ ଅନେକ ଦିନ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ହୋଇ ରହିଲେ | ତାଙ୍କ ବାପା ମା ତାଙ୍କୁ ବହୁତ ବୁଝାଇଥିଲେ | କିନ୍ତୁ ପରେ ତାଙ୍କୁ ତାଙ୍କର ନେଗେଟିଭ ରୋଲ ହିଁ ସଫଳତା ପ୍ରଦାନ କରିଥିଲା | 'ପ୍ୟାର କା ପଞ୍ଚନାମା' ପରେ 'ପ୍ୟାର କା ପଞ୍ଚନାମା ୨' ଓ 'ସୋନୁ କି ସ୍ୱିଟି' ବକ୍ସ ଅଫିସରେ ବମ୍ପର ହିଟ ହୋଇଥିଲା |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.