ନର୍ସିଂ ହୋମ୍‌ ସିଲ୍‌: କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | July 23, 2020 IST

ସମ୍ବଲୁପୁର୨୩/୭:  ସମ୍ବଲପୁରରେ ଏକ ଘରୋଇ ନର୍ସିଂ ହୋମ୍ ସିଲ୍ | ସଞ୍ଜିବନୀ ନାମକ ଏକ ଘରୋଇ ନର୍ସିଂ ହୋମରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ପରେ ଉକ୍ତ ନର୍ସିଂ ହୋମକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ | ଏହା ସହ ଏହି ନର୍ସିଂ ହୋମ୍‌ କାମ କରୁଥିବା ଡାକ୍ତର, ନର୍ସ ତଥା କର୍ମଚାରୀ ଓ ଏହି ରୋଗୀ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନର୍ସିଂ  ହୋମ୍‌ ଆସନ୍ତା ଜୁଲାଇ ୨୭ ପର୍ଯ୍ୟନ୍ତ ସମସ୍ତ ସେବା ବନ୍ଦ ରହିବ ବୋଲି ନର୍ସିଂ ହୋମ ପକ୍ଷରୁ ନୋଟିସ୍‌ ଲାଗିଛି| ତେବେ ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ଭୀମସାର, ରେଢାଖାଲ ଉପଖଣ୍ଡ ହସ୍ପିଟାଲ, କୁଚିଣ୍ଡା ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସା ସେବା ବ୍ଯାହତ ଥିବାବେଳ ବେସରକାରୀ ସ୍ତରରେ ପ୍ରଥମ ନର୍ସିଂ ହୋମ ଯାହା ଗତକାଲି ଜିଲ୍ଲା ପ୍ରଶାସନ ସିଲ୍ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.