Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନର୍ସିଂହୋମ୍‌ରେ ଡାକ୍ତରଙ୍କ ସ୍ଥାନରେ ପ୍ରସବ କରାଇଲେ ନର୍ସ, ମହିଳାଙ୍କୁ ବନ୍ଧକ ରଖି କରିଲେ ଅଜବ ଦାବି

9/09/2020 at 3:25 PM

ମେରଠ ୦୯/୦୯: ନର୍ସିଂହୋମର ଦାଦାଗିରି ! ପ୍ରସବ ପରେ ମହିଳାଙ୍କୁ ବନ୍ଧକ ରଖି ଟଙ୍କା ମାଗିବା ଭଳି ହୀନ କାର୍ଯ୍ୟ କରିବାକୁ ବି ପଛାଇଲେନି ନର୍ସିଂହୋମ୍‌ କର୍ତ୍ତୃପକ୍ଷ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମେରଠର ହାପୁରିଚୁଙ୍ଗି ସ୍ଥିତ ଗୌହର ନର୍ସିଂହୋମ୍‌ରେ । ଜଣେ ପ୍ରସୂତୀଙ୍କୁ ପରିବାର ଲୋକେ ପ୍ରସବ ପାଇଁ ନର୍ସିଂହୋମ ନେଇଥିଲେ । ସେଠାରେ ମହିଳାଜଣଙ୍କ ଜଣେ ମୃତ ନବଜାତକୁ ଜନ୍ମ ଦେଇଥିଲେ ।

ପରେ ନର୍ସିଂହୋମର ଡାକ୍ତର ଓ କର୍ତ୍ତୃପକ୍ଷ ମୃତ ଶିଶୁକୁ ପରିବାରକୁ ହସ୍ତାନ୍ତର କରି ସେଠାରୁ ଚାଲିଯିବାକୁ କହିବା ସହ ମହିଳାଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ବନ୍ଧକ ରଖିବା ସହ ୩୦ ହଜାର  ଟଙ୍କା ମଧ୍ୟ ଦାବି କରିଥିଲେ । ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ନର୍ସିଂହୋମ୍‌ରେ ଟଙ୍କା ପୈଠ କରାଯାଇଥିଲା । କିନ୍ତୁ ପ୍ରସବ ପରେ ପୁଣିଥରେ ୩୦ ହଜାର ସେମାନେ ଦାବି କରିଥିଲେ । ଏପରିକି ଡାକ୍ତରଙ୍କ ବିନା ନର୍ସମାନେ ହିଁ ପ୍ରସବ କରାଇଥିବା ହେତୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 କିନ୍ତୁ ପ୍ରସବ ପରେ ପିଲାଟିର ମୃତ୍ୟୁ ହୋଇଛି କି ନାହିଁ ଜାଣିବାକୁ ଓ ମହିଳାଙ୍କର ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲ ନେବାକୁ ପରିବାର ଲୋକେ ଦାବି କରିଥିଲେ ହେଁ ନର୍ସିଂହୋମ କର୍ତ୍ତୃପକ୍ଷ ମହିଳାଙ୍କୁ ଛାଡ଼ିନଥିଲେ । ତେବେ ମୃତ ନବଜାତ ଶିଶୁକୁ ଧରି ପରିବାର ଲୋକେ ପୋଲିସ କମିଶନରଙ୍କ ଦ୍ବାରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

   Related Posts