ଜଣେ ସଫେଇ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ, ୭୨ଘଣ୍ଟା ନର୍ସିଂହୋମ୍ ସିଲ୍

Published By : Prameya-News7 Bureau | July 30, 2020 IST

ସୁନ୍ଦରଗଡ଼ ୩୦।୭: ରାଜଗାଙ୍ଗପୁର ସହରର ୱାର୍ଡ ନଂ ୧୮ ରେ ଥିବା ଏକ ଘରୋଇ ଡାକ୍ତରଖାନା ଶାନ୍ତି ସେବା ସଦନକୁ ୭୨ ଘଣ୍ଟା ପାଇଁ ସିଲ୍ କରାଯାଇଛି । ଆଜି ଶାନ୍ତି ସେବା ସଦନର ଜଣେ କର୍ମଚାରୀଙ୍କର ସ୍ବାବ୍ ରିପୋର୍ଟ ପଜିଟିଭ ଆସିବା ପରେ ରାଜଗାଙ୍ଗପୁର ପୌରପାଳିକାର ଅଧିକାରୀ ସୌରେନ୍ଦ୍ର କୁମାର ରାଉତରାୟ ଏପରି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁଯାୟୀ, ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସଫେଇ କର୍ମଚାରୀ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତାଙ୍କୁ ତୁରନ୍ତ ରାଉରକେଲା ସ୍ଥିତ ହାଇଟେକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର  କରାଯିବା ସହ ଶାନ୍ତି ସେବା ସଦନକୁ ତିନି ଦିନ  ପାଇଁ ପୌରପାଳିକା ପ୍ରଶାସନ ଦ୍ଵାରା ସିଲ୍ କରି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.