କରୋନା ପଜିଟିଭ୍ ଚିହ୍ନଟ ପରେ ନର୍ସିଂହୋମ୍ ସିଲ୍

Published By : Prameya-News7 Bureau | July 23, 2020 IST

ସମ୍ବଲପୁର ୨୩।୦୭: ସମ୍ବଲପୁରରେ ଏକ ଘରୋଇ ନର୍ସିଂ ହୋମ୍‌କୁ ସିଲ୍ କରାଯାଇଛି । ସଂଜିବନୀ ନାମକ ଏକ ଘରୋଇ ନର୍ସିଂ ହୋମକୁ ସିଲ୍ କରାଯାଇଛି । ନର୍ସିଂ ହୋମରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ଉକ୍ତ ନର୍ସିଂ ହୋମକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ନର୍ସିଂ ହୋମରୁ ଜଣେ କରୋନା ପଜିଟିଭ୍ ପରେ ଡାକ୍ତର, ନର୍ସ ତଥା କର୍ମଚାରୀ ଓ ଏହି ରୋଗୀ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶରେ ଦିଆଯାଇଛି  । ସେପଟେ ପରବର୍ତ୍ତି ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନର୍ସିଂ ହୋମକୁ ଆସନ୍ତା ଜୁଲାଇ ୨୭ ପର୍ଯ୍ୟନ୍ତ ସମସ୍ତ ସେବା ବନ୍ଦ ରହିବ ବୋଲି ନର୍ସିଂ ହୋମ ପକ୍ଷରୁ ନୋଟିସ ଲାଗିଛି | ତେବେ ସମ୍ବଲପୁର ଜିଲ୍ଲାରେ ପୂର୍ବରୁ ଭୀମସାର, ରେଢାଖାଲ ଉପଖଣ୍ଡ ହସ୍ପିଟାଲ, କୁଚିଣ୍ଡା ଉପଖଣ୍ଡ ହସ୍ପିଟାଲରେ ଚିକିତ୍ସା ସେବା ବ୍ୟାହତ ଥିବା ବେଳେ ବେସରକାରୀ ସ୍ତରରେ ପ୍ରଥମ ନର୍ସିଂ ହୋମ ଯାହା ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ପ୍ରଥମ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହେଉଥିବା ପରେ ଏବେ ମେଡିକାଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯାହାକି ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.