ପ୍ରସୂତୀଙ୍କୁ ଲାଞ୍ଚ ମାଗି ନର୍ସ ମାଡ ଖାଇବା ଘଟଣା : ଶହ ଶହ ରୋଗୀଙ୍କ ଅସୁବିଧାକୁ ପଛରେ ପକାଇ ବାଲେଶ୍ବରରେ ନର୍ସ ସଂଘର ଧାରଣା, ତାତିଲେଣି ସାଧାରଣ ଲୋକେ

Published By : Prameya-News7 Bureau | May 14, 2019 IST

ବାଲେଶ୍ବର ୧୪|୫: ପ୍ରସବ କରାଇଦେବା ପାଇଁ  ନର୍ସ  ପ୍ରସୂତିଙ୍କ ସଂପର୍କିୟାଙ୍କୁ  ଟଙ୍କା ମାଗିବା ପ୍ରତିବାଦରେ ସାଧାରଣ ଜନତା ଆକ୍ରମଣ କରିଥିଲେ ନର୍ସଙ୍କ  ଉପରେ।ଏହାର ପ୍ରତିବାଦରେ ନର୍ସଙ୍କର ଧାରଣା ଜାରି ରହିଛି ବାଲେଶ୍ବରରେ। ପ୍ରସୂତୀଙ୍କ ପାଖରୁ ଡ଼।କ୍ତର ଓ ନର୍ସ ଟଙ୍କା ନେବା ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଏବେ ନିତିଦିନିଆ ଘଟଣା ପାଲଟି ଯାଇଛି।  ଯିଏ ଟଙ୍କା ଦେଇନପାରିଲା ସେ ବହୁ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି।

{"id":111800}

ସବୁଠାରୁବଡ଼କଥା ହେଉଛି ଟଙ୍କା ନଦେବାରୁ ନର୍ସ ପ୍ରସୂତିର ସଂପର୍କିୟାଙ୍କୁ ମାଡ଼ ମାରିବା। ସାଧାରଣ ଜନତା ଏହାର ପ୍ରତିବାଦ କରିବାରୁ ନର୍ସମାନେ ଆଜି ସିଡ଼ି,ମ୍ ଓ ଙ୍କ କାର୍ଯୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଠପ ହୋଇ ଯାଇଥିଲା ରୋଗୀସେବା।

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥବା ମା ଓ ଶିଶୁ ସୁରକ୍ଷା  ବିଭାଗରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ପ୍ରସୂତି ରହୁଛନ୍ତି। ପ୍ରତ୍ୟକ ଦିନ ୭୦ରୁ ୮୦ଜଣଙ୍କର ପ୍ରସବ କରାଯାଉଛି। ଏମାନେ ସମସ୍ତେ ବାଲେଶ୍ବର , ମୟୂରଭଞ ଓ ପଶ୍ଚିମ ବଙ୍କରୁ ଆସି ଏଠାରେ ଭର୍ତ୍ତି ହୋଇଥାନ୍ତି।  ନର୍ସମାନେ ପୁଅ ହଲେ ୨୨ଶହ, ଝିଅ ହଲେ ୧୬ଶହ ଓ ସିଜରିଂ ହଲେ ୩ହଜାର ପର୍ଯ୍ୟନ୍ତ ଟଙ୍କା ନେଉଥିବା ଅଭିଯୋଗ ହୋଇଥାଏ।

{"id":111801}

ଏଇଥିରୁ କେହି ଯଦି କମ୍ ଟଙ୍କା ଦେଲା ତାହଲେ ନର୍ସମାନେ ଲେବର ରୁମ୍ ଭିତରକୁ ନେଇ ତାକୁ ଖରାପ ବ୍ୟବହାର କରିଥାନ୍ତି। ଗତ ୯ତାରିଖ ରାତିରେ ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଂଟା  ଗ୍ରାମର ଗୌରାଙ୍ଗ ମହାନ୍ତିଙ୍କର ସ୍ତ୍ରୀ ପ୍ରମିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରାତି ୩ଟା ୩୦ମିନିଟରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପ୍ରସବ ପରେ ରୀତା ହାତି ନାମକ ଜଣେ ନର୍ସ ତାଙ୍କୁ ଏକ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକ ତାଙ୍କୁ ୩୦୦ଟଙ୍କା ଲେବର ରୁମ୍ ମଧ୍ୟରେ ଦେବାରୁ ସେ ରାଗିଯାଇ  ଟଙ୍କାକୁ ଫିଙ୍ଗି ଦେଇଥିଲେ ।କେବଳ ସେତିକି ନୁହେଁ ଲେବର ରୁମ ଭିତରେ ପ୍ରସୂତିଙ୍କର ପିଉସୀଙ୍କୁ ପିଟିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

{"id":111799}

ଏହି ଘଟଣା ପ୍ରଚାର ହୋଇଯିବା ପରେ ନର୍ସଜଣକ ଯାଇ ଗୋଟାଏ ରୁମରେ ଲୁଚି ଯାଇଥିଲେ। ପରେ ସେ ସେଠାରୁ ଡ୍ରେସ ଚେ଼ଞ୍ଜ କରି ପଳାଉଯାଉଥିବା ସମୟରେ ସାଧାରଣ ଜନତାଙ୍କ ହାତରେ ଧରାପଡ଼ଥିଲେ। ପରେ ସେ ପ୍ରମିଳାଙ୍କର ୩ଜଣ ଘରଲୋକଙ୍କ ବିରେଧରେ ଥାନାରେ ଅଭିଯୋଗ କରିଥିଲେଯେ ତାଙ୍କୁ ସେମାନେ ଖରାପ ଆଚରଣ କରିଛନ୍ତି ଓ ପିଟାମରା କରିଛନ୍ତି।

{"id":111803}

ପ୍ରମିଳାଙ୍କ ପରିବାର ମଧ୍ୟ ରୀତା ହାତି ଟଙ୍କା ମାଗିବା ଓ ତାଙ୍କର ପିଉସୀକୁ ପିଟିବା ନେଇଗ ଥାନାରେ ଅଭିଯୋଗ କରିଥିଲେ। ନର୍ସ ସଂଘ ରିତା ହାତୀଙ୍କୁ ସୁରକ୍ଷା ଦେବାବାପାଇଁ ଯାଇ ସିଡ଼ିଏମ୍ଓ ଙ୍କ କାର୍ଯୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସିଡ଼ିଏମ୍ଓ ସମସ୍ୟାର ସମାଧାନ ପାଇଁ କିଛିଦିନ ସମୟ ନେଇଥିଲେ। ଆଜି ପୁଣି ନର୍ସ ସଂଘ ୫ଦଫା ଦାବିନେଇ  ସିଡ଼ିଏମଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

{"id":111804}

ପ୍ରମିଳାଙ୍କ ୩ଜଣ ସଂପର୍କୀୟଙ୍କୁ ଗିରଫ କରବାକୁ  ନର୍ସ ସଂଘ ଅଡ଼ିବସିଛନ୍ତି।  ଆଜି ସକାଳୁ ନର୍ସମାନେ କେହି କାର୍ଯ୍ୟରେ ଯୋଗ ନଦେଇ ଧାରଣାରେ ବସିଛନ୍ତି। ଏଥିରେ ସାଧାରଣ ଜନତା ଉକ୍ଷିପ୍ତ ହୋଇ ଆସି ନର୍ସ ମାନଙ୍କ ବିରୋଧରେ ବିହିତ କାର୍ଯୟାନୁଷ୍ଠାନ ଗ୍ରହଣ କରିବକୁ ସିଡ଼ିଏମଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

{"id":111805}

ବାଲେଶ୍ବର ଡାକ୍ତରଖାନାରେ ଉପୁଜିଥିବା ଏହି ଅଭାବନୀୟ ଘଟଣା ସମ୍ପର୍କରେ ସିଡ଼ିଏମ୍ ଓ ଜିଳ୍ଳାପାଳଙ୍କ ସହ ଆଲୋଚନା କରିଛନ୍ତି। ସେଠାରେ ଡ଼ିଏସ୍ ପି କ୍ରାଇମ୍ ଉମେଶ ପଣ୍ଡା ମେଡ଼କାଲ କଲେଜର ଅଧୀକ୍ଷକ ଅନୂପ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ଖୁବ୍ ଶୀଘ୍ର ନର୍ସମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ  କହିବା ପାଇଁ ଉପ ଜିଲ୍ଲାପାଳଙ୍କୁ ସେଠାକୁ ପଠାଇଥିଲେ। ନର୍ସଙ୍କର ଚୋରୀ ପରେ ସିନାଜୋରୀକୁ ସାଧାରଣରେ ନିନ୍ଦା କରାଯାଇଛି। ଯଦି ନର୍ସମାନେ କାର୍ଯ୍ୟରେ ଯୋଗ ନଦିଅନ୍ତି ତାହେଲେ ଆଗାମି ଦିନରେ ସାଧାରଣ ଜନତା ଜିଲ୍ଲାପାଳଙ୍କ କାର୍ଯୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.