ଦିଦିମାନଙ୍କ କାମ ପଛ ଜଗନ୍ନାଥଙ୍କ ଦର୍ଶନ ଆଗ ! ନିୟମକୁ ଫୁ' କରି ମହାପ୍ରଭୁଙ୍କୁ କଲେ ଦର୍ଶନ, ପୁରୀବାସୀଙ୍କ ସହ ଶ୍ରୀମନ୍ଦିରକୁ କଲେ ପ୍ରବେଶ, ସାଧାରଣରେ ଚର୍ଚ୍ଚା

Published By : Prameya-News7 Bureau | December 27, 2020 IST

ପୁରୀ୨୭/୧୨: ପୁରୀ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାନାମା ବା ନିୟମାବଳୀ ପାଳନ କରି ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି। କିନ୍ତୁ ଏହା ମଧ୍ୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ରବିବାର ସକାଳେ ପୁରୀବାସୀ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ସେମାନଙ୍କ ସହ କିଛି ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ପ୍ରଶାସନିକ କଟକଣା, କୋଭିଡ ଗାଇଡଲାଇନ୍ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପ୍ରବେଶକୁ ସାଧାରଣ ଲୋକ ଗ୍ରହଣ କରି ପାରୁ ନାହାନ୍ତି।

wp:html /wp:html

ମହିଳା କର୍ମଚାରୀ ବା ନର୍ସ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭିତରକୁ ପ୍ରବେଶ କରିବା ଏବଂ ବାଇଶି ପାହାଚ ଅତିକ୍ରମ କରି ଶ୍ରୀମନ୍ଦିର ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିବା ଭିଜୁଆଲ କଏଦ ହୋଇଛି। ନା ସେମାନେ ପୌରସଂସ୍ଥାର କୁପନ ଦେଖାଇଛନ୍ତି ନା ସେମାନଙ୍କ ପାଖରେ ଆଧାରକାର୍ଡ ଅଛି ,ନା କୌଣସି ପୌରାଞ୍ଚଳର ପରିଚୟ ପତ୍ର ଅଛି। କିଛି ନଥାଇ ମଧ୍ୟ ଏତେ କଟକଣା ମଧ୍ୟରେ ନିଜ ପଦବୀର ଦୁରୁପଯୋଗ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ସେହିପରି ଗତ ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ମାତ୍ରେ ବାବା ବୈଷ୍ଣବ ନାମକ ଜଣେ ବାବା ମନଇଚ୍ଛା ଭିତରକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.