ଫାଇଜର ଟିକା ନେବାପରେ ପୁଣି କରୋନା ପଜିଟିଭ୍ ହେଲେ ନର୍ସ, ଭ୍ୟାକ୍ସିନ ନେବାର ୬ ଦିନ ପର୍ଯ୍ୟନ୍ତ କୋଭିଡ୍ ଓ୍ବାର୍ଡରେ କରିଥିଲେ ଡ୍ୟୁଟି

Published By : Prameya-News7 Bureau | December 31, 2020 IST

କାର୍ଲିଫର୍ଣ୍ଣିଆ ୩୧।୧୨: ଆମେରିକା କାର୍ଲିଫର୍ଣ୍ଣିଆରେ ଫାଇଜର ଟିକା ନେବାର କିଛି ଦିନ ପରେ ନର୍ସ ମାଥ୍ୟୁ ଡବ୍ଲୁ ପୁଣି ଥରେ କରୋନା ପଜିଟିଭ୍ ହୋଇଛନ୍ତି । ଫାଇଜର ଟିକାକୁ ନେଇ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଲୋକଙ୍କ ମନରେ ଆଶଙ୍କା ବଢାଇଦେଇଛି । ମାଥ୍ୟୁ ଦୁଇଟି ହସ୍ପିଟାଲରେ କାମ କରନ୍ତି । ସେ ଡିସେମ୍ବର ୨୮ ତାରିଖରେ ଫେସବୁକ୍ ର ଏକ ପୋଷ୍ଟ କରିଥିଲେ । ଯେଉଁଥିଲେ ସେ ଟିକା ନେଇଥିବା ନେଇ ସୂଚନା ପ୍ରଦାନ କରିଥିଲେ ।

ଏବିସି ନ୍ୟୁଜ୍ ରିପୋର୍ଟ ଅନୁସାରେ, ଟିକା ନେବା ପରେ ମାଥ୍ୟୁଙ୍କ ହାତ ଫୁଲିଯାଇଥିଲା । ଏହା ବ୍ୟତୀତ ଅନ୍ୟ କୌଣସି ପାର୍ଶ୍ବପ୍ରତିକ୍ରିୟା ତାଙ୍କଠାରେ ଦେଖିବାକୁ ମିଳିନଥିଲା । ଟିକା ନେବାର ୬ ଦିନ ପରେ ତାଙ୍କଠାରେ ପୁଣି କରୋନାର ଲକ୍ଷଣ ଦେଖାଯାଇଥିଲ । ଟିକା ନେବାର ୬ ଦିନ ପର୍ଯ୍ୟନ୍ତ ସେ କୋଭିଡ୍ ଓ୍ବାର୍ଡରେ କାମ କରୁଥିଲେ । ଖ୍ରୀଷ୍ଟମାସ୍ ପୂର୍ବ ସନ୍ଧ୍ୟାରେ ତାଙ୍କୁ ଥଣ୍ଡା ଲାଗିବାକୁ ଆରମ୍ଭ ହୋଇଥିଲା । ଏହାପରେ ମାଂସପେଶୀରେ ଦରଜ ଲାଗିବା ସହ ଥକ୍କା ଲାଗିଥିଲା ।

ମାଥ୍ୟୁ ଖ୍ରୀଷ୍ଟମାସର ଗୋଟିଏ ଦିନ ପରେ ହସ୍ପିଟାଲରେ କରୋନା ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ ଟିକା ନେବାର କିଛି ଦିନ ପରେ କରୋନା ପଜିଟିଭ୍ ହେବା କିଛି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ । ବିଶେଷଜ୍ଞଙ୍କ ଅନୁସାରେ ଟିକା ନେବାର ୧୦ରୁ ୧୪ ଦିନ ପରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ପୂରା ସୁରକ୍ଷା ପାଇଁ ଦ୍ବିତୀୟ ଡୋଜ୍ ନେବା ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.