କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ: ଗ୍ରେଡ୍, ବେସିକ୍ ପେ ବଢ଼ାଇବାକୁ ଦାବି
2/01/2021 at 4:03 PM

ିକଟକ୨/୧୨: କଟକ ଶିଶୁ ଭବନରେ ନର୍ସମାନଙ୍କ ଆନ୍ଦୋଳନ। ଗ୍ରେଡ୍ ପେ ଓ ବେସିକ୍ ପେ ବଢ଼ାଇବା ଦାବିରେ ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ସହ ପଦୋନ୍ନତି ବେଳେ ଠିକା ନିଯୁକ୍ତି ସମୟକୁ କାର୍ଯ୍ୟକାଳ ସମୟ ଭାବେ ବିଚାର କରିବା ପାଇଁ ଦାବି ରଖିଛନ୍ତି। ଶିଶୁ ଭବନର ୧୮୭ ଜଣ ନର୍ସ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ତେବେ ନର୍ସମାନଙ୍କ ଆନ୍ଦୋଳନ ଯୋଗୁଁ ସେବା କାର୍ଯ୍ୟ ବାଧାପ୍ରାପ୍ତ ହୋଇ ନାହିଁ। ଠିକ ଭାବେ ସେବା କାର୍ଯ୍ୟ ଜାରି ରହିଛି। କରୋନା କାଳରେ ଦିନ-ରାତି ପରିଶ୍ରମ କରି ସେବା କରିଛନ୍ତି। ବରିଷ୍ଠ ଅଧିକାରୀମାନେ ତୁରନ୍ତ ସେମାନଙ୍କ ଦାବି ପୂରଣ କରନ୍ତୁ ବୋଲି ନର୍ସମାନେ ଦାବି କରିଛନ୍ତି।
Related Posts
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍ମିଆ ଚିକିତ୍ସାର ସୁବିଧା ଉପଲବ୍ଧ
19 January 2021
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021