Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନର୍ସ ନିହାରିକାଙ୍କୁ ଜଗତସିଂହପୁର ହାଜିପୁର ଅଞ୍ଚଳର ଯୁବକ ଅପହରଣ କରିନେଇ କରିଥିଲା ହତ୍ୟା! ଗୋଲକ ଧନ୍ଦାରେ ପୋଲିସ…

ଜଗତସିଂହପୁର୧୭|୯: ଅଖା ଭିତରେ ନର୍ସଙ୍କର ମୃତଦେହ ।ଜଗତସିଂହପୁର ବିରିଡ଼ି ଥାନା ବିଲୁଆଖାଇ ନଦୀ ପଠାରୁ ଜଣେ ନର୍ସଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହିତ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଚଳାଇଛି । ମୃତ ଯୁବତୀ ଖୋର୍ଦ୍ଧା ଅଞ୍ଚଳର ନିହାରିକା ପାତ୍ର ଏବଂ ସେ କଟକ କଲ୍ୟାଣୀ ନଗର ଏମ୍‌.ଏମ୍‌ ମେଡିକେୟାରରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ଗତ ୮ ତାରିଖରୁ ସେ ନର୍ସିଂହୋମ୍‌ରୁ ଫେରିବା ପରଠାରୁ ନିଖୋଜ ଥିଲେ । ତାଙ୍କ ଡାକ ନାଁ ରୂପାଲି ଓ ବୟସ ୨୪ବର୍ଷ ।

ପୁଣି ବିଲୁଆଖାଇ ପଠାରେ ଆତଙ୍କ ।ବିଲୁଆଖାଇ ନଦୀ ପଠାରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ ।ଯୁବତୀ ଜଣଙ୍କ ଜଣେ ନର୍ସ। ମୃତ ଯୁବତୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭିଂଗାରପୁରର ନିହାରିକା ପାତ୍ର।ଅଖାଭିତରେ ବନ୍ଧା ହୋଇ ପଡ଼ିରହିଥିଲା  ନିହାରିକାଙ୍କ ମୃତଦେହ । ମୃତଦେହ ପଚିସଢ଼ି ନଷ୍ଟ ହୋଇଯାଇଥିବା ବେଳେ କେହି ତାଙ୍କୁ ହତ୍ୟା କରି ଅଖାରେ ବାନ୍ଧି ନଦୀରେ ଭସାଇ ଦେଇଥିବା ସନ୍ଦେହ କରାଯାଉଛି । ଶବଟି ଭାସିଆସି ନଦୀପଠାରେ ଲାଗିବା ପରେ ସେଥିରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।…

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ମୃତ ନିହାରିକା ପାତ୍ର କଟକ କଲ୍ୟାଣୀନଗର ଏମ୍‌ଏମ୍‌ ମେଡିକେୟାରରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଅପରାହ୍ନ ୪ଟାରେ ନର୍ସିଂହୋମରୁ ଜଣେ ଯୁବକ କିଶୋର ଚନ୍ଦ୍ର ଆଞ୍ଚଲଙ୍କ ସହିତ ଯାଇଥିଲେ ।ଏହା ପରଠାରୁ ସେ ଡ୍ୟୁଟିକୁ ଫେରିନଥିଲେ। ୯ ତାରିଖରେ ଏମ୍.ଏମ୍‌ ମେଡିକେୟାର କର୍ତ୍ତୃପକ୍ଷ କଟକ ମଧୁପାଟଣା ଥାନାରେ ଏନେଇ ଦେଇଥିଲେ। ନିହାରିକାଙ୍କୁ ଜଗତସିଂହପୁର ହାଜିପୁର ଅଞ୍ଚଳର ଜଣେ ଯୁବକ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି ।ପୋଲିସ ମୃତ ଯୁବତୀଙ୍କ ପରିବାରକୁ ଡକାଇବା ପରେ ସେମାନେ ଶବ ଦେଖି ଏହା ନିହାରିକାଙ୍କର ବୋଲି ଚିହ୍ନଟ କରିଥିଲେ । ନର୍ସିଂ ହୋମ ପକ୍ଷରୁ ପୋଲିସକୁ ଦିଆଯାଇଥିବା ସୂଚନା ଅନୁସାରେ ୮ତାରିଖ ରାତି ୮ଟା ପରଠୁ ନିହାରିକାଙ୍କ ଫୋନ ବନ୍ଦ ରହିଥିଲା ।

ନିହାରିକାଙ୍କୁ କିଏ ହତ୍ୟା କଲା ଏବଂ ଅଖା ଭିତରେ ବାନ୍ଧି ଫିଙ୍ଗିବାରେ କେତେଜଣ ସଂପୃକ୍ତ ସେ ନେଇ ପ୍ରଶ୍ନ ଉଠିଛି ।ନିହାରିକାଙ୍କ ମୃତ୍ୟୁ ରହସ୍ୟ କଣ ? ବିଲୁଆଖାଇ ନଦୀ ପଠାକୁ କେମିତି ଗଲା ନିହାରିକାଙ୍କ ମୃତଦେହ ?  ନିହାରିକାଙ୍କୁ ଅନ୍ୟ କେଉଁଠି ମାରି ବିଲୁଆଖାଇ ନଦୀରେ ଫିଙ୍ଗାଯାଇଛି କି ? ନା ବିଲୁଆଖାଇ ନଦୀ ପଠାରେ ତାଙ୍କୁ ମାରି ଅଖାରେ ଭର୍ତ୍ତି କରାଯାଇଛି । ଯେଉଁ ଯୁବକ ତାଙ୍କୁ ନେଇଯାଇଥିଲେ ସିଏ ଏବେ କହୁଛନ୍ତି କଣ ? ଏସବୁ ପ୍ରଶ୍ନର ସମାଧାନ ନହେବା ପର୍ଯ୍ୟନ୍ତ ନିହାରିକାଙ୍କ ମୃତ୍ୟୁ କୁହେଳିକା ହୋଇ ରହିଥିବ ।…

8960 Views

   ସମ୍ବନ୍ଧିତ ଖବର