Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ନର୍ସ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ କଲା ଆତ୍ମସମର୍ପଣ, ଖୋଲିବ ପ୍ରେମ-ପ୍ରତାରଣା ଓ ହତ୍ୟାକାଣ୍ଡର ଗୁମର

20/09/2019 at 1:34 PM

ଜଗତସିଂହପୁର ୨୦।୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । କିଶୋରଙ୍କୁ ଏକ ଅଜଣା ସ୍ଥାନରେ ରଖି ପୋଲିସ ପଚରାଉଚରା କରୁଛି । ଫଳରେ ନର୍ସ ନିହାରିକା ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

ଗତ ୧୭ ତାରିଖ ଦିନ ସକାଳେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ଅଖାରେ ବନ୍ଧା ହୋଇ ରହିଥିବା ନିହାରିକାଙ୍କ ଶବ ପୋଲିସ ଉଦ୍ଧାର କରିଥିଲା । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ । ସେ ଗତ ୪ ବର୍ଷ ହେଲା କଟକ କଲ୍ୟାଣୀ ନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂହୋମ୍ ରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଦିନ ୪ଟା ବେଳେ ସେ ତାଙ୍କ ପୁରୁଷ ବନ୍ଧୁ କିଶୋର ଆଞ୍ଚଲ ଓରଫ ରାଜା ସହ ନର୍ସିଂ ହୋମ୍ ରୁ କେଉଁଆଡେ ଯାଇ ଆଉ ଫେରିନଥିଲେ ।

କିଶୋର ଆଞ୍ଚଲଙ୍କ ଘର ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ହାଜିପୁରରେ । ସେ କିଛି କାମ ଧନ୍ଦା କରୁନଥିଲା । ଦୀର୍ଘ ଦିନ ହେବ ନିହାରିକା ପାତ୍ରଙ୍କ ସହ ତାର ପ୍ରେମ ସଂପର୍କ ଥିଲା । ନିହାରିକା ୮ତାରିଖରେ ନିଖୋଜ ହେବା ପରେ ଏମ ଏମ ମେଡିକେୟାର ଏବଂ ନିହାରିକାଙ୍କ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଥିଲା । ତେବେ ମଧୁପାଟଣା ଥାନା ଘଟଣାକୁ ହାଲକା ଭାବରେ ନେଇଥିଲା । ଏପରିକି କିଶୋର ଆଞ୍ଚଲ ହିଁ ନିହାରିକାଙ୍କୁ ଅପହରଣ କରିନେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ବ ଦେଇନଥିଲା ।

୧୭ ତାରିଖ ଦିନ ବିଲୁଆ ଖାଇ ନଦୀ ପଠାରୁ ଶବ ମିଳିବା ପରେ ନିହାରିକାଙ୍କ ପରିବାରଲୋକ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ତାଙ୍କ ଝିଅକୁ କିଶୋର ଆଞ୍ଚଲ ହିଁ ହତ୍ୟା କରିଛି ବୋଲି  ପୁଣି ବିରିଡି ପୋଲିସ ନିକଟରେ ଅଭିଯୋଗ କରିଥିଲେ । ତେବେ ସେତେବେଳକୁ କିଶୋର ଆଞ୍ଚଲ ଫେରାର ହୋଇସାରିଥିଲା । ପୋଲିସ କିଶୋର ଆଞ୍ଚଲର ବାପା, ସାନ ଭାଇ ଏବଂ ଅନ୍ୟ ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ।

ଆସନ୍ତା ଡିସେମ୍ବର ମାସରେ ନିହାରିକା ଓ କିଶୋରଙ୍କ ବିବାହ କରିବା ଲାଗି କିଶୋରଙ୍କ ପରିବାର ନିଷ୍ପତ୍ତି ନେଇଥିଲେ ବୋଲି କିଶୋରର ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପରସ୍ପର ଭଲ ପାଉଥିବାରୁ କିଶୋର ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟାଇ ନଥିବ ବୋଲି କିଶୋରର ମା କହିଥିଲେ । ତେବେ କେଉଁ ପରିସ୍ଥିତିରେ ନିହାରିକାଙ୍କ ହତ୍ୟା ହେଲା ତାର ଏବେ ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ମିଳିଥିବା ଏକ ତଥ୍ୟ ଅନୁସାରେ ୮ତାରିଖରେ ନିହାରିକାଙ୍କୁ ନେଇ କିଶୋର ଜଗତସିଂହପୁର ଥାନା ଅନ୍ତର୍ଗତ ଖେଲାନ୍ଦ ଗାଁକୁ ଯାଇଥିଲା । ସେଠାରେ ଜଣେ ରଙ୍ଗ ମିସ୍ତ୍ରୀଙ୍କ ଘରେ କିଶୋର ଓ ନିହାରିକା ଦୁଇ ଘଣ୍ଟା ରହିଥିଲେ । ତେବେ ରଙ୍ଗ ମିସ୍ତ୍ରୀ ସେତେବେଳେ ସେଠାରେ ନଥିଲେ । କଟକ ଚାଉଳିଆଗଞ୍ଜରେ ରହୁଥିବା ରଙ୍ଗ ମିସ୍ତ୍ରୀଙ୍କଠାରୁ ଚାବି ନେଇ କିଶୋର ଖେଲାନ୍ଦ ଗାଁକୁ ଯାଇଥିଲେ ।

ଦୁଇ ଘଣ୍ଟା ପରେ ଅନ୍ୟ ଜଣେ ବନ୍ଧୁଙ୍କ ହାତରେ କିଶୋର ରଙ୍ଗ ମିସ୍ତ୍ରୀଙ୍କ ନିକଟକୁ ଚାବି ପଠାଇଦେଇଥିଲେ । ପୋଲିସ ଏହି ସୁରାକ ପାଇବା  ପରେ ସଂପୃକ୍ତ ଘର ଖାନତଲାସ କରିଥିଲା । ସେଠାରୁ ଗୋଟିଏ କାନଫୁଲ ପୋଲିସ ପାଇଥିବା ଜଣାପଡିଛି । କାନଫୁଲଟି ନିହାରିକାଙ୍କର ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି ଘରର ମାଲିକ ରଙ୍ଗ ମିସ୍ତ୍ରୀଙ୍କୁ ପୋଲିସ ଅଟକ ରଖିଛି ।

   Related Posts