Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନର୍ସ ନିହାରିକାଙ୍କ ବାପା ଓ ମା’ଙ୍କର ଆଜି ହେବ ଡିଏନ୍‌ଏ ପରୀକ୍ଷା, କ୍ୟାପିଟାଲ ହସ୍ପିଟାଲରେ ସଂଗ୍ରହ ହେବ ରକ୍ତ ନମୂନା

20/09/2019 at 11:21 AM

ଜଗତସିଂହପୁର ୨୦।୯: କେବେ ଧରାପଡିବ ନର୍ସ ନିହାରିକାଙ୍କ ହତ୍ୟାକାରୀ ?  ମୃତଦେହ ମିଳିବାର ୩ ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଧରିବା ତ ଦୂରେ ଥାଉ ମୃତଦେହ ନିହାରିକାଙ୍କର ବୋଲି ସ୍ପଷ୍ଟ କରିନି ପୋଲିସ ।

ସେଥିପାଇଁ ଆଜି ନିହାରିକା ବାପା-ମାଆଙ୍କ ଡିଏନଏ ଟେଷ୍ଟ କରାଯିବ । ଗତକାଲି ନିହାରିକାଙ୍କ ଶବ ସଂସ୍କାର ପୂର୍ବରୁ ଆବଶ୍ୟକୀୟ ସାମ୍ପୁଲ ରଖାଯାଇଛି । ଆଜି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ନିହାରିକାଙ୍କ ବାପା ଓ ମାଆଙ୍କ ରକ୍ତ ନମୂନା ସଂଗ୍ରହ କରାଯିବ । ଏଥିପାଇଁ ବିରିଡି ପୋଲିସ ରାଜଧାନୀରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ନିହାରିକାଙ୍କ ଶବକୁ ତାଙ୍କ ପରିବାର ଚିହ୍ନଟ କରିସାରିଛନ୍ତି । ତେବେ ଶବର ମୁହଁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପୋଲିସ ଡିଏନଏ ଟେଷ୍ଟ ମାଧ୍ୟମରେ ଶବଟି ନିହାରିକାଙ୍କର ବୋଲି ଆଇନଗତ ଭାବେ ସାବ୍ୟସ୍ତ କରିବାକୁ ଚାହୁଁଛି । ବିଲୁଆଖାଇ ନଦୀ ପଠାରୁ ମିଳିଥିବା ବସ୍ତା ଭିତରେ ଶବ ଥିଲା । ତେବେ ଶବର ମୁହଁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପୋଲିସ ସନ୍ଦେହ କରୁଛି ହତ୍ୟାକାରୀ କରିବା ପରେ ପ୍ରମାଣ ଲୁଚାଇବା ପାଇଁ ଶବର ମୁହଁରେ କୌଣସି ଜ୍ବଳନଶୀଳ ରାସାୟନିକ ପଦାର୍ଥ ପକାଇ ନଷ୍ଟ କରିଦେଇଛି ।

 ହତ୍ୟା ପଛରେ ନିହାରିକାଙ୍କ ପୁରୁଷ ବନ୍ଧୁ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜାର ହାତ ଅଛି ବୋଲି ପରିବାର ଲୋକେ ଲିଖିତି ଅଭିଯୋଗ କରିଛନ୍ତି । ପୋଲିସ ରାଜା ଓରଫ କିଶୋରକୁ ଖୋଜୁଛି। କିନ୍ତୁ ତାର ପତ୍ତା ପାଉନି।

ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଭିଙ୍ଗାରପୁରର ଏବେ ଶୋକାକୂଳ ପରିବେଶ । ଅପେକ୍ଷା କରିଛନ୍ତି ପୋଲିସର ଖୁଲାସାକୁ।

   Related Posts