ପ୍ରେମିକ ଆତ୍ମସମର୍ପଣ କରିବା ପରେ ଫିଟୁଛି ନିହାରିକା ହତ୍ୟାକାଣ୍ଡର ଗୁମର, କଟକ ଚାଉଳିଆଗଞ୍ଜରେ କରାଯାଇଥିଲା ନିହାରିକାଙ୍କୁ ହତ୍ୟା !

Published By : Prameya-News7 Bureau | September 21, 2019 IST

ଜଗତସିଂହପୁର ୨୧।୯: ନର୍ସ ନିହାରିକା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁ କିଶୋର ଚନ୍ଦ୍ର ଆଞ୍ଚଲ ଗତକାଲି ବିରିଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଗତକାଲିଠାରୁ ତାକୁ କଟକ ଜିଲ୍ଲାର ଏକ ଅଜ୍ଞାତ ସ୍ଥାନରେ ରଖାଯାଇ ଜେରା କରାଯାଉଛି । କିଶୋରଠାରୁ ସତ ଓଗାଳିବା ପାଇଁ ଜଗତସିଂହପୁର ଏସପିଙ୍କ ସମେତ ଜଗତସିଂହପୁର ଏସଡିପିଓ ବିରିଡି ଥାନା ଅଧିକାରୀ ଓ ଜଗତସିଂହପୁର ସଦର ଥାନା ଅଧିକାରୀଙ୍କ ସମେତ ଦୁଇଟି ଟିମ୍ ଜେରା କରୁଛନ୍ତି ।

{"id":160116}

ହତ୍ୟାକାଣ୍ଡ ବାବଦରେ କିଶୋରଠାରୁ କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଥିବାର ଶୁଣା ଯାଉଥିଲେ ମଧ୍ୟ ପୋଲିସ କିଛି ବିଧିବଦ୍ଧ ଭାବରେ କହିନାହିଁ । ଶୁଣାଯାଉଛି ରଙ୍ଗ ମିସ୍ତ୍ରୀ ରହୁଥିବା ଚାଉଳିଆ ଗଞ୍ଜ ଘରେ ହିଁ ନିହାରିକାଙ୍କୁ ହତ୍ୟା କରାଯାଇଥିଲା । ସେଠାରୁ ତାଙ୍କୁ ଅଖା ଭିତରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦିଆଯାଇଥିଲା । ଶବକୁ ଅଖାରେ ବାନ୍ଧି ନଦୀକୁ ପକାଇବାରେ ଏକାଧିକ ଲୋକଙ୍କର ସମ୍ପୃକ୍ତି ଥିବାର ଜେରା ବେଳେ ଜଣା ଯାଇଛି । ଶବକୁ ଅଖାରେ ବାନ୍ଧି ନଦୀକୁ ପକାଇବାରେ ଏକାଧିକ ଲୋକଙ୍କର ସମ୍ପୃକ୍ତି ଥିବାର ଜେରା ବେଳେ ଜଣାପଡିଛି ।

{"id":160057}

ସୁରାକ ପାଇବା ପରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଏଥିରେ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ଯୁବକଙ୍କୁ ଥାନାକୁ ଧରି ଆଣି ଥିବାର ଜଣାପଡିଛି । ତେବେ ପୋଲିସ ଏ ବାବଦରେ କିଛି ସୂଚନା ଦେଉ ନଥିବା ବେଳେ କିଶୋର ଦେଇଥିବା ବୟାନରେ କେତେ ସତ୍ୟତା ରହିଛି ତାର ମଧ୍ୟ ତଦନ୍ତ କରାଯାଉ ଥିବାର ଜଣାପଡିଛି ।

{"id":160110}

ତେବେ ମୃତଦେହ ନିହାରିକାଙ୍କର କି ନାହିଁ ତାହା ସ୍ପଷ୍ଟ କରିବାଲାଗି ନିହାରିକା ବାପା-ମାଆଙ୍କ ଡି.ଏନ୍.ଏ ଟେଷ୍ଟ ପାଇଁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ତାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଛି । ଆଜି ଜଗତସିଂହପୁର କୋର୍ଟରେ ନିହାରିକାଙ୍କ ବାପା ଏବଂ ମା’ଙ୍କର ରକ୍ତ ନମୂନା ଦାଖଲ  କରାଯିବ। ପରେ ଏହାକୁ ଡିଏନଏ ଟେଷ୍ଟ ପାଇଁ  ଭୁବନେଶ୍ବର ଅଣାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.