ନର୍ସ ନିହାରିକା ହତ୍ୟାକାଣ୍ଡରେ ନୂଆ ମୋଡ- ଜାଣନ୍ତୁ କ’ଣ
28/10/2019 at 4:24 PM

ଭୁବନେଶ୍ୱର ୨୮।୧୦ – ନର୍ସ ନିହାରିକା ହତ୍ୟା କାଣ୍ଡରେ ମୁଖ୍ୟ ଅଭିଯୁକ୍ତ ରାଜା ଓରଫ୍ କିଶୋର ଆଞ୍ଚଲ ଜେଲ୍ରେ । ଏବେ ବି କେତକ ଘଟଣା ରହସ୍ୟଜନକ ହୋଇ ରହିଛି । ରାଜ୍ୟ ମାନବାଧିକାର କମିଶନ୍ରେ ଦାୟର ହୋଇଥିବା ମାମଲାର ଶୁଣାଣୀ ସୋମବାରରେ ହୋଇଛି । ଏହି ମାମଲାର ଶୁଣାଣୀ ସମୟରେ କଟକ ଓ ଜଗତସିଂପୁର ଜିଲ୍ଲାର ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ଜିଲ୍ଲାର ୪ ଜଣ ବରିଷ୍ଠ ପୁଲିସ ଅଧିକାରୀ ଏହାର ଶୁଣାଣୀ ପାଇଁ ଉପସ୍ଥିତ ଥିଲେ ।
ନର୍ସ ନିହାରିକା ହତ୍ୟା କାଣ୍ଡର ତଦନ୍ତ ପ୍ରାୟ ୯୦୦ ପ୍ରତିଶତ ଶେଷ ହୋଇଥିବା ପୁଲିସ ମାନବାଧିକାର କମିଶନଙ୍କୁ ସୂଚନା ଦେଇଛି । ଆହୁରି କେତକ ଦିଗରେ ତଦନ୍ତ ଚାଲିଥିବାରୁ ପ୍ରାୟ ୧୦ ପ୍ରତିଶତ ତଦନ୍ତ ପ୍ରକ୍ରିୟା ବାକିଥିବା କଥା ପୁଲିସ ଅଧିକାରୀମାନେ ସୂଚନା ଦେଇଥିଲ୍ ।

ଏହି ଘଟଣାରେ ପୁଲିସ୍ ଖୁବ୍ଶୀଘ୍ର ଚାର୍ଜ ସିଟ୍ ଦାଖଲ କରିବା । ନିର୍ସ ନିହାରିକାଙ୍କ ପ୍ରେମିକ ରାଜା ଓରଫ୍ କିଶୋର ଆଞ୍ଚଲ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ । ପୂର୍ବରୁ ପୁଲିସ ଏହି ଘଟଣାରେ ନିହାରିକାଙ୍କର ଗାଁକୁ ଯାଇ ତାଙ୍କ ବାପା ମାଆଙ୍କର ବୟାନ ରେକର୍ଡ କରିଛି , କିଶୋର ଆଞ୍ଚଲକୁ ରିମାଣ୍ଡରେ ନେଇ ପଚରା ଉଚରା କରିଛି । ସେ ଏହି ହତ୍ୟା କାଣ୍ଡ କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଥିଲା ।
କଟକରେ ଯେଉଁ ଘରେ ନିହାରିକାଙ୍କର ହତ୍ୟା କରାଯାଇଥିଲା ପୁଲିସ ସେଠାରେ ତଦନ୍ତ କରିଛି । ଫୋରେନ୍ସିକ୍ ଟିମ୍ ମଧ୍ୟ ସେହି ଘରେ ଅନେକ ପ୍ରକାରର ତଦନ୍ତ କରିଛନ୍ତି ।

ସୂଚନା ଯୋଗ୍ୟ କଟକ ଚାଉଳିଆଗଞ୍ଜ ଅପନ୍ନା ନଗରରେ ଏକ ଭଡା ଘରେ ନିହାରିକାଙ୍କୁ ତାଙ୍କର ପୁରିଷ ବନ୍ଧୁ ରାଜା ଓରଫ୍ କିଶୋର ଆଞ୍ଚଲ ହତ୍ୟା କରିଥିଲା । ସେଠାରୁ ଏକ ରକ୍ତ ଭିଜା କନା ମଧ୍ୟ ଜବତ ହୋଇଥିଲ । ରାଜା ତଣ୍ଟି ଚିପି ନିହାରିକାଙ୍କୁ ହତ୍ୟା କରିବା ପରେ ଏକ ବସ୍ତାରେ ପୁରାଇ ନେି ଜଙ୍ଗତସିଂହପୁର ବିଲୁଆଖାଇ ନଦୀରେ ଫିଙ୍ଗି ଦେଇଥିଲା ।କଟକ କଲ୍ୟାଣି ନଗରରେ ଥିବା ଏମ ଏମ ମେଡିକେୟାର ଯେଉଁଠି ନିହାରିକା କାମ କରୁଥିଲେ ସେଠାକୁ ମଧ୍ୟ ଯାଇ ନର୍ସିଂହୋମ୍ କର୍ମଚାରୀଙ୍କୁ ପୋଲିସ ପଚରା ଉଚରାକରିଥିଲା ।