ନର୍ସ ନିହାରିକା ହତ୍ୟାକାଣ୍ଡ : ଏପର୍ଯ୍ୟନ୍ତ ଉନ୍ମୋଚିତ ହୋଇନଥିବା ଅନେକ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଅଭିଯୁକ୍ତ କିଶୋରକୁ ରିମାଣ୍ଡରେ ନେବାଲାଗି ଆବେଦନ କଲା ପୋଲିସ

Published By : Prameya-News7 Bureau | September 23, 2019 IST

ଜଗତସିଂହପୁର ୨୩।୯: ନର୍ସ ନିହାରିକା ହତ୍ୟା ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଚନ୍ଦ୍ର ଆଞ୍ଚଳକୁ ୫ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସର ଆବେଦନ କରିଛି । ଜଗତସିଂହପୁର ଏସଡିଜେଏମ୍‌ଙ୍କ କୋର୍ଟରେ ବିରିଡି ଥାନା ପୋଲିସ ଆବେଦନ କରିଛି ।

{"id":161356}

ଗତ ଶନିବାର ୨୧ ତାରିଖ ଦିନ କିଶୋରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ୨୦ତାରିଖରେ କିଶୋର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଗତ ୮ତାରିଖ ଦିନ କଟକ କଲ୍ୟାଣନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂ ହୋମ୍ ର ନର୍ସ ନିହାରିକା ପାତ୍ର ନିଖୋଜ ହୋଇଯାଇଥିଲେ । ୧୭ତାରିଖ ଦିନ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ତାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ଶବ ଚିହ୍ନଟ କରିବା ସହ ଘଟଣାର ଖୋଳତାଡ କରିଥିଲା । ୮ତାରିଖ ଦିନ ନିହାରିକା ତାଙ୍କ ବୟଫ୍ରେଣ୍ଡ ରାଜା ଓରଫ କିଶୋର ଆଞ୍ଚଲଙ୍କ ସହ ବାଇକ୍ ରେ ନର୍ସିଂହୋମ୍ ରୁ ଯାଇଥିବା ସିସିଟିଭି ଫୁଟେଜ୍ ରୁ ସ୍ପଷ୍ଟ ହୋଇଥିଲା । ଏହା ବ୍ୟତୀୟ ନର୍ସିଂହୋମ୍ ଏବଂ ନିହାରିକାଙ୍କ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ପୃଥକ ପୃଥକ ଦୁଇଟି ନିଖୋଜ ରିପୋର୍ଟ ଦାୟର ହୋଇଥିଲା । ଉଭୟ ରିପୋର୍ଟରେ ନିହାରିକା ନିଖୋଜ ହେବା ପଛରେ କିଶୋର ଆଞ୍ଚଲର ହାତ ଥିବା କୁହାଯାଇଥିଲା ।

{"id":161355}

୧୭ତାରିଖରେ ନିହାରିକାଙ୍କ ଶବ ମିଳିବା ପରେ କିଶୋର ଫେରାର ହୋଇଯାଇଥିଲା । ଏହାମଧ୍ୟ ହତ୍ୟାକାଣ୍ଡରେ ତାର ସଂପୃକ୍ତି ନେଇ ସନ୍ଦେହକୁ ଅଧିକ ଦୃଢୀଭୂତ କରିଥିଲା । ଗତ ୨୦ ତାରିଖରେ କିନ୍ତୁ କିଶୋର ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ନିହାରିକାଙ୍କୁ କେମିତି ମାରିଥିଲା ତାର ଡେମୋ ଦେଖାଇଥିଲା । କଟକ ଚାଉଳିଆଗଞ୍ଜରେ ଥିବାତାର ଏକ ସାଙ୍ଗର ଭଡା ଘରକୁ ନିହାରିକାଙ୍କୁ ନେଇ ସେ ତଣ୍ଟି ଚିପି ହତ୍ୟା କରିଥିବା ସ୍ବୀକାର କରିଥିଲା । ହତ୍ୟା କରିବା ପରେ ନିହାରିକାଙ୍କ ଶବକୁ ବସ୍ତାରେ ପୁରାଇ ନିଜ ହୋଣ୍ଡା ସାଇନ୍ ବାଇକ୍ ରେ ଲଦି ଜଗତସିଂହପୁର ବିଲୁଆଖାଇ ନଦୀରେ ଫିଙ୍ଗି ଦେଇଥିଲା । ଭଡା ଘରୁ ବସ୍ତାରେ ନିହାରିକାଙ୍କ ଶବ ଭର୍ତ୍ତି କରି ନିଜ ଗାଡିରେ କିଶୋର ନେବା ବେଳର ଦୃଶ୍ୟ ଚାଉଳିଆଗଞ୍ଜ ପୂଜା ମଣ୍ଡପ ସିସିଟିଭିରେ କଏଦ ହୋଇଥିଲା । ପୋଲିସ ଏହି ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରିଥିଲା ।

{"id":161359}

ନିହାରିକା ଓ କିଶୋର ଗତ ୪ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ । ତେବେ କିଶୋର କୌଣସି କାମଧନ୍ଧା କରୁନଥିବାରୁ ନିହାରିକା ତାକୁ ବିବାହ କରିବାକୁ ମନା କରିଦେଇଥିଲା । ଏହା ହିଁ ଥିଲା ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ପୋଲିସ ସୂଚନା ଦେଇଥିଲା ।

{"id":161360}

ତେବେ ନର୍ସ ନିହାରିକା ହତ୍ୟାକାଣ୍ଡର ବହୁ ଅଛିଣ୍ଡା ସୂତା ଓ ରହସ୍ୟ ଏବେବି ଉନ୍ମୋଚିତ ହୋଇନାହିଁ । ଏହିସବୁ ଅଛିଣ୍ଡା ସୂତାକୁ ଯୋଡିବା ଓ ଘଟଣା ପଛର ସଂପୂର୍ଣ୍ଣ ରହସ୍ୟ ଉନ୍ମୋଚନ ପାଇଁ ପୋଲିସ କିଶୋରକୁ ରିମାଣ୍ଡରେ ନେବାକୁ ଚାହୁଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.