ନର୍ସ ନିହାରିକା ହତ୍ୟା ଘଟଣା : ପୋଲିସ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ରାଜା, ଆଜ୍ଞାତ ସ୍ଥାନରେ ପଚରାଉଚରା

Published By : Prameya-News7 Bureau | September 24, 2019 IST

ଜଗତସିଂହପୁର ୨୪।୯: ନର୍ସ ନିହାରିକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଳକୁ ରିମାଣ୍ଡରେ ନେଇଛି ଜଗତସିଂହପୁର ବିରିଡି ପୋଲିସ । ୫ ଦିନ ରିମାଣ୍ଡ ମାଗିଥିଲେ ବି ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ଜଗତସିଂହପୁର ଏସଡିଜେଏମ କୋର୍ଟ । କୋର୍ଟଙ୍କ ଅନୁମତି ପାଇବା ପରେ ପୋଲିସ ରାଜାକୁ ଜଗତସିଂହପୁର ସ୍ଥିତ ଉପକାରାଗାରରୁ ରିମାଣ୍ଡରେ ନେଇଛି ।

ରାଜାକୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ଅଧିକ ପଚରାଉଚରା କରାଯିବ । ରାଜା ହିଁ ନିହାରିକାକୁ ହତ୍ୟା କରିଥିବାର ପୋଲିସ ଆଗରେ ପ୍ରକାଶ କରି ସାରିଛି । ହେଲେ ଅଧିକ ତଦନ୍ତ ଆବଶ୍ୟକକୁ ଦୃଷ୍ଟିରେ ରଖି ପୋଲିସ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲେ ।

ବିଶେଷ କରି ରାଜା ନିଜେ ନିହାରିକାଙ୍କ ତଣ୍ଟି ଚିପି ହତ୍ୟା କରିଛି ବୋଲି ସ୍ବୀକାର କରିଥିବା ପୋଲିସ କହୁଛି। ସେ କେମିତି ନିହାରିକାଙ୍କୁ ମାରିଥିଲା ଓ ପ୍ରମାଣ ନଷ୍ଟ କରିବାକୁ କେମିତି ବିଲୁଆଖାଇ ନଦୀରେ ମୃତଦେହକୁ ପକାଇଥିଲା ତାହା ପୋଲିସକୁ ‘ଡେମୋ’ କରି ବି ଦେଖାଇଛି। ହେଲେ ରାଜା ପ୍ରକୃତରେ ଏ କାମ କରିଛି ନା’ ଏହା ପଛରେ ଆଉ କାହାର ହାତ ଅଛି, ତାହା ସନ୍ଦେହ ଭିତରେ ରହିଛି। ରାଜା କାହା ଚାପରେ ଏଭଳି କହୁଛି ନା’ ସତ କହୁଛି ? ପ୍ରମାଣ ନଷ୍ଟ ପାଇଁ ରାଜା ନିହାରିକାଙ୍କ ଚପଲ ଓ ମନିପର୍ସ କେଉଁଠାରେ ପକାଇଛି, ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.